ସତ୍ୟଶିଖା(ନୂଆଦିଲ୍ଲୀ) ୦୯/୧୨/୨୦୨୦ : କ୍ରିିକେଟ୍ରୁ ସନ୍ନ୍ୟାସ ନେଉଛନ୍ତି ବୋଲି ଘୋଷଣା କରିଛନ୍ତି ୱିକେଟ୍ କିପର ପାର୍ଥିବ ପଟେଲ । ବୁଧବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ଖେଳାଳି ନିଜର ଅବସର ନେବା ସଂପର୍କରେ ଘୋଷଣା କରିଛନ୍ତି । ସେ ସମସ୍ତ ଶ୍ରେଣୀର କ୍ରିକେଟ୍ରୁ ଅବସର ନେଉଥିବା ସୂଚନା ରହିଛି । ପାର୍ଥିବ ଦୀର୍ଘ ୧୮ ବର୍ଷ ଧରି କ୍ରିକେଟ୍ ଦୁନିଆରେ ସକ୍ରିୟ ରହିଥିଲେ । ପାର୍ଥିବ ତାଙ୍କ କ୍ୟାରିୟର୍ ମଧ୍ୟରେ ୨୫୫ଟି ଟେଷ୍ଟ ମ୍ୟାଚ୍, ୩୮ଟି ଦିନିକିଆ ମ୍ୟାଚ୍ ଓ ୨ଟି ଟି୨୦ ଇଣ୍ଟର୍ନେସ୍ନାଲ୍ ମ୍ୟାଚ୍ରେ ଟିିମ୍ ଇଣ୍ଡିଆର ପ୍ରତିନିଧିତ୍ବ କରିଛନ୍ତି ।
କ୍ରିକେଟ୍ରୁ ସନ୍ନ୍ୟାସ ନେଲେ ପାର୍ଥିବ ପଟେଲ
