ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୦୧/୨୦୨୧ : ନାଗରିକମାନଙ୍କ ଅଧିକାରର ସୁରକ୍ଷା, ସୋସିଆଲ୍ ମିଡିଆର ଅପବ୍ୟବହାର ଓ ଡିଜିଟାଲ୍ ଜଗତରେ ମହିଳାଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଫେସ୍ବୁକ୍ ଓ ଟ୍ବିଟର୍ର ଅଧିକାରୀଙ୍କୁ ସୂଚନା ପ୍ରଯୁକ୍ତିକୁ ନେଇ ଗଠିତ ସଂସଦୀୟ କମିଟି ସମନ ଜାରି କରିଛି । ସେମାନଙ୍କ ସହିତ ଚଳିତ ମାସ ୨୧ରେ ବୈଠକ ହେବ । ହ୍ବାଟସ୍ଆପ୍ର ଗୋପନୀୟତା ନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ଦୁଇ ପ୍ରମୁଖ ସୋସିଆଲ୍ ମିଡିଆ କଂପାନିର ଅଧିକାରୀଙ୍କୁ ସମନ ଜାରି କରାଯାଇଛି । ସମାଜର ବିଭିନ୍ନ ବର୍ଗ ହ୍ବାଟସ୍ଆପ୍ ନୀତିକୁ ସମାଲୋଚନା କରିବା ପରେ କଂପାନି ଏହାର କାର୍ଯ୍ୟକାରିତାକୁ ତିନି ମାସ ଘୁଞ୍ଚାଇ ଦେଇଛି ।
ଫେସ୍ବୁକ୍, ଟ୍ବିଟର୍କୁ ସଂସଦୀୟ କମିଟିର ସମନ
