ଅବୈଧ ସମ୍ପର୍କକୁ ଅପରାଧ ଘୋଷଣା କରିବାକୁ ସଂସଦୀୟ କମିଟିର ପ୍ରସ୍ତାବ


ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ଲିଭ-ଇନ ରିଲେସନସିପ୍ ଏବଂ ଅବୈଧ ସମ୍ପର୍କକୁ ଅପରାଧ ଘୋଷଣା କରିବାକୁ ପ୍ରସ୍ତାବ । ଭାରତୀୟ ନ୍ୟାୟ ସଂହିତା ଆଧାରରେ ଅବୈଧ ସମ୍ପର୍କକୁ ଅପରାଧ ପର୍ଯ୍ୟାୟଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ସଂସଦୀୟ କମିଟି ସୁପାରିସ କରିଛି । ଯଦି କେନ୍ଦ୍ର ସରକାର ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ଏହା ସୁପ୍ରିମକୋର୍ଟ ନିର୍ଦ୍ଦେଶର ଉଲ୍ଲଂଘନ ହେବ । କାରଣ ପୂର୍ବରୁ 2018ରେ ଅବୈଧ ସମ୍ପର୍କ ଉପରେ ରାୟ ଶୁଣାଇଥିଲେ ।
ଲିଭ-ଇନ ରିଲେସନସିପକୁ ବିବାହ ମାନ୍ୟତା ମିଳିନଥିଲେ ବି ଏହାକୁ ବ୍ୟକ୍ତିଗତ ନିଷ୍ପତ୍ତି କହିଥିଲେ ସୁପ୍ରିମକୋର୍ଟ । 2018ରେ ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ କୌଣସି ପୁରୁଷ, ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିଲେ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବା ସହ ଅଭିଯୁକ୍ତଙ୍କୁ 5 ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଥିଲା । କିନ୍ତୁ ଏପରି ମାମଲାରେ ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରାବଧାନ ନଥଲା ।
ଗତ ସେପ୍ଟେମ୍ବରରେ ଦେଶରେ କ୍ରିମିନାନ ଜଷ୍ଟିସ ସିଷ୍ଟମକୁ ମଜଭୂତ କରିବାକୁ ଲୋକସଭାରେ 3ଟି ବିଲ୍ ଉପସ୍ଥାପନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ବିଧେୟକ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍ ପାରିତ ହୋଇଥିଲା ।