ନ୍ୟୁଜ୍ମନୋରଞ୍ଜନସିନେମା

ପରିଣୀତିଙ୍କ ଉଁଚାଇ

ସତ୍ୟଶିଖା(ଭୁବନେଶ୍ୱର )୨୩.୧୧.୨୦୨୨:  ସୁରଜ ବଡ଼ଜାତ୍ୟାଙ୍କ ଫିଲ୍ମ ‘ଉଁଚାଇ’ରେ ଅଭିନୟ ପରେ ଦର୍ଶକଙ୍କ ଗହଣରେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଉଚ୍ଚତା ବଢ଼ିଯାଇଛି ଆକ୍ଟ୍ରେସ୍‌ ପରିଣୀତି ଚୋପ୍ରାଙ୍କର । ନଭେମ୍ବର ୧୧ ତାରିଖରେ ମୁକ୍ତିଲାଭ କରିଥିବା ‘ଉଁଚାଇ’, ଏ ଭିତରେ ଦମଦାର ପ୍ରଦଶଁନ କରିଛି ବକ୍ସ ଅଫିସରେ । ରିଲିଜ ଦିନ ଯେତେ କଲେକ୍ସନ କରିଥିଲା ଉଁଚାଇ, ଦ୍ୱିତୀୟ ଦିନରେ ତାହା ଶତ ପ୍ରତିଶତ ବୃଦ୍ଧି ପାଇଥିଲା । ଦ୍ୱିତୀୟ ଦିନ ଏ ଫିଲ୍ମର କଲେକ୍ସନ ଥିଲା ୩.୬୪ କୋଟି । ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ଏଥିରେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ପରିଣୀତି । ଅଳ୍ପ ଦିନ ତଳେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ପୋଷ୍ଟ କରିବା ସହିତ ସୁଟିଂବେଳର ଅନୁଭୂତି ବେଶ୍‌ ମଜାଦାର ଥିଲା ବୋଲି ଲେଖିଛନ୍ତି ସେ ।

ସୂରଜ ବଡ଼ଜାତ୍ୟାଙ୍କ ନିର୍ଦ୍ଦେଶିତ ଏହି ମଲ୍ଟି ଷ୍ଟାରର ଫିଲ୍ମରେ ଅଭିନୟ କରିଛନ୍ତି ଅମିତାଭ ବଚ୍ଚନ, ଅନୁପମ ଖେର, ବୋମନ ଇରାନି, ଡ୍ୟାନି ଡେଞ୍ଜୋପା, ନୀନା ଗୁପ୍ତା ଓ ସାରିକା । ଜଣେ ଜୁନିଅର ଆର୍ଟିଷ୍ଟ ଏଭଳି କରିଷ୍ଠ କଳାକାରଙ୍କ ସହ ସ୍କ୍ରିନ ସେୟାର କରିବା କମ୍‌ ସୌଭାଗ୍ୟର କଥା ନୁହେଁ । ଏହା ତାଙ୍କ ଜୀବନରେ ଏକ ବଡ଼ ଆର୍ଶୀବାଦ ବୋଲି ଉଲ୍ଲେଖ କରିଛନ୍ତି ପରିଣୀତି । ଚାରିଜଣ ବନ୍ଧୁଙ୍କ ଉପରେ ଆଧାରିତ ଏ ଫିଲ୍ମର କାହାଣୀ । ଜଣଙ୍କର ମୃତ୍ୟୁ ହେବା ପରେ ଅବଶିଷ୍ଟ ତିନି ବନ୍ଧୁ ଏଭରେଷ୍ଟ ଚଢ଼ିବାକୁ ଯୋଜନା କରନ୍ତି । ଏହି ଯୋଜନା ପଛର କାରଣ ଯାହା, ତାହା ହିଁ ଫିଲ୍ମର ମୁଖ୍ୟ କଥାବସ୍ତୁ ।

Show More
Back to top button