ସତ୍ୟଶିଖା (ନୟାଗଡ) ୧୯.୧୨.୨୦୨୦ : ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଏସଆଇଟି । ସରୋଜ ସେଠୀ, ତାଙ୍କ ମା’ ଏବଂ ତାଙ୍କ ଭଉଣୀଙ୍କୁ ଏସଆଇଟି ଟିମ୍ ଉଠାଇନେଇଛି । ଶନିବାର ସକାଳେ ଏସଆଇଟିର ୩ ଜଣିଆ ଟିମ୍ ପହଞ୍ଚି ସମସ୍ତଙ୍କୁ ଘରୁ ଉଠାଇନେଇଛି । ତେବେ ଏସଆଇଟି ଟିମ୍ ତାଙ୍କୁ କେଉଁ ସ୍ଥାନକୁ ନେଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏକ ଅଜ୍ଞାତ ସ୍ଥାନରେ ୩ ଜଣଙ୍କୁ ରଖି ଜେରା କରାଯାଉଥିବା ସୂଚନା ରହିଛି ।
ପୂର୍ବରୁ ପରୀ ହତ୍ୟାକାଣ୍ଡ ମାମଲାରେ ଏସଆଇଟିର ସ୍କାନରରେ ଥିଲେ ସରୋଜ ସେଠୀ । ପୂର୍ବରୁ ମଧ୍ୟ ଅନେକ ଥର ସରୋଜକୁ ଜେରା କରିଥିଲା ଏସଆଇଟି । ସରୋଜଙ୍କ କ୍ରାଇମବ୍ରାଞ୍ଚ ଏସଆଇଟି ଟିମ୍ ର ସନ୍ଦେହଘେରରେ ରହିଥିଲା । ସରୋଜଙ୍କୁ ଜେରା କରିବା ସହ ତାଙ୍କ ସାର୍ଟ, ପ୍ୟାଣ୍ଟ, ବେଡସିଟ୍ ଆଦିକୁ ନେଇ ମଧ୍ୟ ଏସଆଇଟି ଟିମ୍ ପରୀକ୍ଷାନୀରିକ୍ଷା କରିଥିଲା ।