ଅପରାଧନ୍ୟୁଜ୍ରାଜ୍ୟ

ପରୀ ହତ୍ୟା ମାମଲା : ଚାଇଲ୍ଡ କୋର୍ଟରେ ହାଜର ହେବ ନାବାଳକ ଅଭିଯୁକ୍ତ

ସତ୍ୟଶିଖା ୦୫/୦୨/୨୦୨୧ : ନୟାଗଡ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଚାଇଲ୍ଡ କୋର୍ଟରେ ହାଜର ହେବ ନାବାଳକ ଅଭିଯୁକ୍ତ । ଏସଆଇଟିର ଏଲଭିଏ ଟେଷ୍ଟ ଆବେଦନ ଏବଂ ରିମାଣ୍ଡ ସମୟରେ ନାବାଳକକୁ ଦିଆଯାଇଥିବା ନିର୍ଯାତନାର ନେଇ ଅଭିଯୁକ୍ତର ଓକିଲ କରିଥିବା ଆବେଦନ ଉପରେ ଶୁଣାଣି ହେବ । ଅନୁଗୋଳ ବାଳସୁଧାର ଗୃହରୁ ଅଭିଯୁକ୍ତକୁ ଅଣାଯିବ ନୟାଗଡ । ଏନେଇ ଗତ ଜାନୁଆରୀ ୨୦ ତାରିଖରେ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ଶୁଣାଣି ହୋଇଥିଲା । ତେବେ ଏହି ଦୁଇଟି ମାମଲା ସହ ଘଟଣାରେ ଅନ୍ୟ ସମସ୍ତ ମାମଲାକୁ ମଧ୍ୟ ଚାଇଲ୍ଡ କୋର୍ଟକୁ ସ୍ଥାନାନ୍ତର କରିଥିଲେ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ।

Show More
Back to top button