ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୧/୨୦୨୧ : ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି । ପରୀର ମାଆ ସୌଦାମିନୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପରୀ ହତ୍ୟା ଘଟଣାର ତଦନ୍ତ ଦାବି ଏବଂ ଉଚିତ ନ୍ୟାୟ ଦାବିରେ ସେ ସୁପ୍ରିମକୋର୍ଟରେ ମାମଲା ଦରଜ କରିଛନ୍ତି । ରାଜ୍ୟ ସରକାର ଏସଆଇଟି ଗଠନ କରି ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ ପରୀର ପରିବାର ପକ୍ଷରୁ ଉପଯୁକ୍ତ ନ୍ୟାୟ ପାଇଁ ସୁପ୍ରିମ କୋର୍ଟରେ ମାମଲା ଦାଖଲ କରାଯାଇଛି ।
ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲା
