ସତ୍ୟଶିଖା(ନୟାଗଡ଼) ୦୯/୧୨/୨୦୨୦ : କଥାରେ ଅଛି ଆଖି ଗଲା, କଉଡ଼ି ବି ଗଲା । ଏଭଳି କରୁଣ ଅବସ୍ଥାରେ ପଡ଼ିଛନ୍ତି ପରୀ ପରିବାର । ଲକ୍ଷ୍ମୀପ୍ରତିମା ପରି ଝିଅକୁ ହରାଇ ପିତା ଅଶୋକ ସାହୁ ଏବଂ ମାଆ ସୌଦାମିନୀ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି । ମଙ୍ଗଳବାର ଥିଲା ପବିତ୍ର ପୋଢ଼ୁଆଁଷ୍ଟମୀ (ପ୍ରଥମାଷ୍ଟମୀ) । ପ୍ରତିବର୍ଷ ଖୁବ ଜାକଜମକରେ ଗେହ୍ଲା ଝିଅ ପରୀର ପୋଢ଼ୁଆଁଷ୍ଟମୀ କରି ଆସୁଥିଲେ । ଆଜି ଦିନରେ ତାର ଅନୁପସ୍ଥିତିକୁ ନେଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଦମ୍ପତ୍ତି । ଲୁହର ଝରଣା ସତେ ଯେଭଳି ଆଖିରୁ ନୁହେଁ ଛାତି ଚିରି ରକ୍ତ ହୋଇ ବୋହୁଛି ଅଶୋକ ଓ ସୌଦାମିନୀଙ୍କଠାରୁ । ପରୀ ଥିଲା ସେମାନଙ୍କର ଏକୋଇରବଳା ବିଶିକେଶନ । ହତ୍ୟାକାଣ୍ଡ ପରେ କେତେକ ଲୋକ ଅଶୋକଙ୍କୁ ମାଡ଼ମାରି ମୁଣ୍ଡ ଫଟାଇ ଦେଇଥିଲେ ।
ଏଥିଯୋଗୁଁ ଏବେ ସେମାନଙ୍କୁ ଘୋର ଆର୍ଥିକ ଚିନ୍ତା ଘାରିଛି । ଘରେ ହାତବାନ୍ଧି ବସିଥିବା ବୟସ୍କ ଶ୍ୱଶୁରଙ୍କ ଉପରେ କେତେଦିନ ବୋଝ ହୋଇ ରହିବେ ? ଏଥିରେ ମ୍ରିୟମାଣ ହୋଇ ଏକମାତ୍ର ସମ୍ବଳ ଭଙ୍ଗା ଅଟୋଟିକୁ ବିକ୍ରି କରିବାକୁ ଅଶୋକ ମନସ୍ତ କରିଛନ୍ତି । ଏଥିରୁ ଯାହାକିଛି ଟଙ୍କା ମିଳିବ ତାହାକୁ ନେଇ ଅନ୍ତତଃ ପକ୍ଷେ କିଛିଦିନ ବଞ୍ଚି ଯିବେ ବୋଲି ଚିନ୍ତା କରିଛନ୍ତି ଅଶୋକ ।