

ସତ୍ୟଶିଖା ୧୦ .୦୯.୨୦୨୦ : ପ୍ରଖ୍ୟାତ ବଲିଉଡ ଅଭିନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେ ବିଜେପିର ପୂର୍ବ ଲୋକସଭା ସାଂସଦ ଏଣିକି ଏନଏସଡିର ଦାୟିତ୍ୱ ସମ୍ଭାଳିବେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଅହମ୍ମଦାବାଦ ଇଷ୍ଟର ସାଂସଦ ଥିଲେ । ୨୦୧୭ ମସିହାରୁ ଏନଏସଡି ଅଧ୍ୟକ୍ଷ ପଦ ଖାଲିପଡିଥିଲା । ତାଙ୍କୁ ୪ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଛି । ସଂସ୍କୃତି ମନ୍ତ୍ରୀ ପ୍ରହଲଦା ସିଂହ ପଟେଲ ଗୁରୁବାର ଏହି ସୂଚନା ଦେଇଛନ୍ତି ।
ପଟେଲ ଟୁଇଟ୍ କରି କହିଛନ୍ତି ଯେ, ପ୍ରଖ୍ୟାତ କଳାକାର ପରେଶ ରାୱଲଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଏନଏସଡିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଦେଶର କଳାକାର ଏବଂ ଛାତ୍ରମାନେ ତାଙ୍କ ପ୍ରତିଭା ଦ୍ୱାରା ଉପକୃତ ହେବେ। ହାର୍ଦ୍ଦିକ ଅଭିନନ୍ଦନ ।
୬୫ ବର୍ଷୀୟ ପରେଶ ରାଓଲ ଏନେଇ କହିଛନ୍ତି ଯେ, ଏହା ଯେତିକି ଆହ୍ୱାନମୂଳକ ସେତିକି ମଜାଦାର ହେବ । ଏହି କ୍ଷେତ୍ରକୁ ମୁଁ ଭଲ ଭାବେ ଜାଣିଛି । ମୁଁ ନିଜ ତରଫରୁ ସମସ୍ତ ଉଦ୍ୟମ କରିବି ବୋଲି କହିଛନ୍ତି । ତିନି ଦଶନ୍ଧି ଧରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସିଛନ୍ତି । ୧୯୯୪ ମସିହାରେ ସେ ଅନେକ ଜାତୀୟ ପୁରସ୍କାର ର ବିଜେତା ଭାବେ ବିବେଚିତ ହେବା ସହ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବରେ ଆଓାର୍ଡ ପାଇଛନ୍ତି । ୨୦୧୪ ମସିହାରେ ସେ ସବୁଠୁ ଉଚ୍ଚ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।