ଆରୋଗ୍ୟ ହେଲେ ଆଉ ୧୫ ‘କରୋନା’ ଆକ୍ରାନ୍ତ, ୧୫୮ରେ ପହଞ୍ଚିଲା ସଂଖ୍ୟା


ଭୁବନେଶ୍ୱର (ସତ୍ୟଶିଖା): ଆଉ ୧୫ ଜଣ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହେଲେ। ସେମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏମାନଙ୍କୁ ମିଶାଇ ଅଜି ସୁଦ୍ଧା ରାଜ୍ୟରେ ୧୫୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
Another 15 patients have recovered from COVID-19 and are being discharged.
They are all from Jajpur district.
The number of recovered cases of Odisha now stands at 158.
— H & FW Dept Odisha (@HFWOdisha) May 14, 2020
ଆହୁରି ପଢ଼ନ୍ତୁ
ଓଡ଼ିଶାରେ ୬୧୧ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କେବଳ ଯାଜପୁର ଜିଲ୍ଲାରୁ ଅଛନ୍ତି ୮୮ ଜଣ। ସେମାନଙ୍କ ଭିତରୁ ପୂର୍ବରୁ ୩୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ଆଉ ୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ଆଉ ୪୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଏମାନଙ୍କ ଭିତରୁ ଅଧିକାଂଶଙ୍କର କଲିକତା ଲିଙ୍କ ରହିଥିବା ଜଣାପଡ଼ିଛି।
ଆଜି ସୁଦ୍ଧା ‘କରୋନା’ରେ ରାଜ୍ୟ ୩ ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ୧୫୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି।
[ad_2]