ଅପରାଧରାଜ୍ୟ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା

ସତ୍ୟଶିଖା (ଭୁବନେଶ୍ୱର) ୧୪.୧୨.୨୦୨୦ : ଦୀର୍ଘ ଦିନର ଯାଂଚ ପରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଗିରଫ୍ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଓଡିଶା ଟେଲିଭିଜନ (ଓଟିଭି) ର ୨ ଜଣ କର୍ମଚାରୀ ଓ ୨ ଜଣ ସିକ୍ୟୁରିଟି ଗାର୍ଡ ଅଛନ୍ତି । ସେମାନଙ୍କୁ ଗିରଫ୍ ପରେ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିପାରେ ବୋଲି ଜଣାପଡିଛି ।

ଅଭିଯୋଗ ମୁତାବକ ଓଟିଭିରେ କାମ କରୁଥିବା ଜଣେ ମହିଳା ଇନଫୋସିଟି ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ପାଖରେ ତାଙ୍କର ଏକ ନାବାଳିକା କନ୍ୟା ରହୁଥିଲା । ମହିଳା ଜଣଙ୍କ ଅଫିସ୍ ଆସିବା ପରେ ଓଟିଭିର ୨ ଜଣ କର୍ମଚାରୀ ଓ ୨ ଜଣ ସିକ୍ୟୁରିଟି ଗାର୍ଡ ନାବାଳିକାକୁ ବିଭିନ୍ନ ସମୟରେ ତା’ ନିଜ ଘରେ ଦୁଷ୍କର୍ମ କରୁଥିଲେ । ଏକଥା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବାରୁ ନାବାଳିକା ଜଣଙ୍କ ଏନେଇ ମୁହଁ ଖୋଲି ନଥିଲେ । ହେଲେ ମହିଳାଙ୍କ ଘର ନିକଟରେ ରହୁଥିବା ପଡୋଶୀ ମାନେ ପ୍ରଥମେ ମହିଳା ଜଣଙ୍କୁ ଏ ବିଷୟରେ ଅବଗତ କରିଥିଲେ । ଏନେଇ ମହିଳା ଜଣଙ୍କ ନିଜ ଝିଅକୁ ପଚାରିବାରୁ ନାବାଳିକା ଜଣକ ଅନେକ ଦିନ ପରେ ନିଜ ମା ପାଖରେ ସବୁକଥା କହିଥିଲା । ଏହାପରେ ମହିଳା ଜଣଙ୍କ ଏନେଇ ଓଟିଭିର ସିଇଓ ଜାଗିମଙ୍ଗତ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ ।ହେଲେ ଏହା ଆପୋଷ ସମାଧାନ ନହେବାରୁ ନାବାଳିକାର ମା ପ୍ରଥମେ ଥାନା ତାପରେ ମହିଳା କମିଶନ ଓ ଶେଷରେ ଶିଶୁ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ରାଜ୍ୟ ମହିଳା କମିଶନ ଏନେଇ ସଂପୃକ୍ତ ଟିଭି ଚ୍ୟାନେଲର ମାଲିକ ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ କରିଥିଲେ । ନୋଟିସ ପାଇବା ପରେ ଶ୍ରୀମତୀ ପଣ୍ଡା ଶିଶୁ ସୁରକ୍ଷା କମିଶନଙ୍କ ନିକଟରେ ହାଜର ହୋଇଥିଲେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ସଂପୃକ୍ତ ନାବାଳିକାର ଘର ପାଖରେ ଥିବା ସିସିଟିଭି ଫୁଟେଜକୁ ଯାଂଚ କରି ଘଟଣାର ସତ୍ୟା ସତ୍ୟ ପାଇଥିଲା । ଏହା ପରେ ଆଜି (ସୋମବାର) କ୍ରାଇମବ୍ରାଞ୍ଚ ଏଭଳି ସମ୍ବେଦନଶୀଳ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ।

Show More
Back to top button