

ସତ୍ୟଶିଖା(ଭୁବନେଶ୍ୱର ) ୧୧.୦୧.୨୦୨୨ : କରୋନାର କରାଳ କାୟା ଭିତରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ, ତାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଥିବା ବେଳେ ଉକ୍ତ ଦ୍ୱନ୍ଦ୍ୱ ଦୂର ହୋଇଛିି । ଆଜି ଗୀତଗୋବିନ୍ଦ ସଦନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଉକ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି । ପଞ୍ଚାୟତ ନିର୍ବାଚନକୁ ନେଇ ଶ୍ରୀ ପାଢୀ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା କରୋନା କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ହେବ । ଆଉ ୫ଟି ପର୍ଯ୍ୟାରେ ହେବ ପଞ୍ଚାୟତ ଭୋଟ । ଆସନ୍ତା ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ । ଏହାଛଡ଼ା ଫେବୃଆରୀ ୨୫, ୨୭ ଓ ୨୮ରେ ଭୋଟ ଗଣତି ହେବ । ତେବେ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ନେଇ ଘୋଷଣା କରାଯାଇଛି ।
ତେବେ ପଞ୍ଚାୟତ ନିବାଚନ ପାଇଁ ଜାନୁଆରୀ ୧୩ରେ ବିଜ୍ଞନ୍ତି ଜାରି ହେବ । ଜାନୁଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇ ପାରିବ । ୨୨ରେ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କରାଯିବ । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ । ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।