ଗହଣା କିଣିବା ସମୟରେ ଲୋକଙ୍କୁ ଦେଖାଇବାକୁ ହେବ ପାନ୍-ଆଧାର

ସତ୍ୟଶିଖା (ନୂଆଦିଲ୍ଲୀ) ୦୭/୦୧/୨୦୨୧ : ସୁନା କିଣିବାକୁ ଯାଉଛନ୍ତି କି, ସାଥିରେ ନେଇ ଯାଆନ୍ତୁ K.Y.C କାଗଜପତ୍ର । K.Y.C କାଗଜପତ୍ର ଯେପରିକି ପାନ୍ ଓ ଆଧାରର କାର୍ଡ ନେଇ ଯାଆନ୍ତୁ । ୨ ଲକ୍ଷରୁ କମ୍ ଟଙ୍କାର ସୁନାଗହଣା କିଣିବା ବେଳେ ଏବେ ସୁନା ଦୋକାନୀମାନେ K.Y.C କାଗଜପତ୍ର ମାଗୁଛନ୍ତି । ସୁନା ଦୋକାନୀମାନେ ଡରୁଛନ୍ତି ଯେ, ସରକାର ଚଳିତ ବଜେଟ୍ ରେ ସମସ୍ତ କ୍ୟାସ୍ ନେଣଦେଣ ଉପରେ K.Y.C ବାଧ୍ୟତାମୂଳକ କରିପାରନ୍ତି । ଏବେ ୨ ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା କ୍ରୟ କରିବା ବେଳେ K.Y.C ଅନିର୍ବାଜ୍ୟ ରହିଛି ।ବର୍ତ୍ତମାନ ସୁନା ବ୍ୟତୀତ ସମସ୍ତ ସମ୍ପତ୍ତି ନେଣଦେଣ ବେଳେ K.Y.C କାଗଜପତ୍ର ଅନିର୍ବାଜ୍ୟ ରହିଛି । ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାଗହଣା କ୍ରୟ ବେଳେ K.Y.C କାଗଜପତ୍ର ଜରୁରୀ ହୋଇଥାଏ । ୨ ଲକ୍ଷରୁ କମ୍ କ୍ରୟ ଉପରେ K.Y.C ଆବଶ୍ୟକ ହୋଇନଥାଏ । ସରକାର ସୁନାକୁ ମଧ୍ୟ ସେୟାର, ମ୍ୟୁଚୁଆଲ ଫଣ୍ଡ୍‌ସ ଏବଂ ରିୟଲ ଇଷ୍ଟେଟ ଭଳି ଆସେଟ୍ କ୍ଲାସ୍ ଭଳି କରିବାକୁ ଚାହୁଁଛନ୍ତି ।ବିଜିନେସ୍ ଡେଲି ଅନୁସାରେ ସରକାର ସୁନାକୁ ଏକ ଆସେଟ୍ କ୍ଲାସ୍ ପ୍ରସ୍ତୁତ କରିବାକୁ ଖୁବ୍ ଶୀଘ୍ର ଏକ ବିସ୍ତୃତ ଗୋଲ୍ଡ ପଲିସି ଆଣିବାକୁ ଯାଉଛନ୍ତି । ଏହାର ଅର୍ଥ ସୁନା ଏବେ ‘undisclosed treasure’ ଶ୍ରେଣୀରେ ଆସିବନାହିଁ, ଯାହାକୁ ଆପଣ କାହାକୁ ଲୁଚାଇପାରିବେ ବରଂ ଏକ ଲକଜୁରୀ ଏବଂ ନିବେଶ ଆଧାରରେ ଦେଖାଯିବ । ଭାରତରେ ବର୍ଷକୁ ୮୦୦-୮୫୦ ଟନ୍ ସୁନା ଆବଶ୍ୟକ ଥାଏ ।

Exit mobile version