
ସତ୍ୟଶିଖା (ନୂଆଦିଲ୍ଲୀ) ୦୭/୦୧/୨୦୨୧ : ସୁନା କିଣିବାକୁ ଯାଉଛନ୍ତି କି, ସାଥିରେ ନେଇ ଯାଆନ୍ତୁ K.Y.C କାଗଜପତ୍ର । K.Y.C କାଗଜପତ୍ର ଯେପରିକି ପାନ୍ ଓ ଆଧାରର କାର୍ଡ ନେଇ ଯାଆନ୍ତୁ । ୨ ଲକ୍ଷରୁ କମ୍ ଟଙ୍କାର ସୁନାଗହଣା କିଣିବା ବେଳେ ଏବେ ସୁନା ଦୋକାନୀମାନେ K.Y.C କାଗଜପତ୍ର ମାଗୁଛନ୍ତି । ସୁନା ଦୋକାନୀମାନେ ଡରୁଛନ୍ତି ଯେ, ସରକାର ଚଳିତ ବଜେଟ୍ ରେ ସମସ୍ତ କ୍ୟାସ୍ ନେଣଦେଣ ଉପରେ K.Y.C ବାଧ୍ୟତାମୂଳକ କରିପାରନ୍ତି । ଏବେ ୨ ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା କ୍ରୟ କରିବା ବେଳେ K.Y.C ଅନିର୍ବାଜ୍ୟ ରହିଛି ।ବର୍ତ୍ତମାନ ସୁନା ବ୍ୟତୀତ ସମସ୍ତ ସମ୍ପତ୍ତି ନେଣଦେଣ ବେଳେ K.Y.C କାଗଜପତ୍ର ଅନିର୍ବାଜ୍ୟ ରହିଛି । ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାଗହଣା କ୍ରୟ ବେଳେ K.Y.C କାଗଜପତ୍ର ଜରୁରୀ ହୋଇଥାଏ । ୨ ଲକ୍ଷରୁ କମ୍ କ୍ରୟ ଉପରେ K.Y.C ଆବଶ୍ୟକ ହୋଇନଥାଏ । ସରକାର ସୁନାକୁ ମଧ୍ୟ ସେୟାର, ମ୍ୟୁଚୁଆଲ ଫଣ୍ଡ୍ସ ଏବଂ ରିୟଲ ଇଷ୍ଟେଟ ଭଳି ଆସେଟ୍ କ୍ଲାସ୍ ଭଳି କରିବାକୁ ଚାହୁଁଛନ୍ତି ।
ବିଜିନେସ୍ ଡେଲି ଅନୁସାରେ ସରକାର ସୁନାକୁ ଏକ ଆସେଟ୍ କ୍ଲାସ୍ ପ୍ରସ୍ତୁତ କରିବାକୁ ଖୁବ୍ ଶୀଘ୍ର ଏକ ବିସ୍ତୃତ ଗୋଲ୍ଡ ପଲିସି ଆଣିବାକୁ ଯାଉଛନ୍ତି । ଏହାର ଅର୍ଥ ସୁନା ଏବେ ‘undisclosed treasure’ ଶ୍ରେଣୀରେ ଆସିବନାହିଁ, ଯାହାକୁ ଆପଣ କାହାକୁ ଲୁଚାଇପାରିବେ ବରଂ ଏକ ଲକଜୁରୀ ଏବଂ ନିବେଶ ଆଧାରରେ ଦେଖାଯିବ । ଭାରତରେ ବର୍ଷକୁ ୮୦୦-୮୫୦ ଟନ୍ ସୁନା ଆବଶ୍ୟକ ଥାଏ ।