ନ୍ୟୁଜ୍ରାଜ୍ୟ

ବନ୍ୟା ଗଲା, ଆଣିଲା ଦୁଃଖ : ରାଜକନିକା ବ୍ଲକ,କେନ୍ଦ୍ରାପଡା l

ସତ୍ୟଶିଖା ୭ .୦୯.୨୦୨୦ : ବନ୍ୟା ଛାଡି ଯାଇଛି, ଉଜାଡି ଦେଇଛି ଚାଷୀଙ୍କ ସ୍ୱପ୍ନ । ଦୀର୍ଘ ଦିନ ଧରି ବନ୍ୟା ପାଣି ପଶି ରହିବା ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଗଛ ଗୁଡିକ ପଚି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର  ୧୧ ପଂଚାୟତ ପ୍ରଧାନପଡା, ବାରହା ଦୁମଣ୍ଡା, ବରୁଣଢ଼ିଆ, ଭାରିଗଦା, କାଟଣା ବଣିଆ, ପରିନୂଆପଡା, ହାବଳଗଣ୍ଡ, ସିକୋ, ଚାରପଡା, ପଣସ ଗଣ୍ଡ ଓ ବରୁଣ ଆଦି ପଂଚାୟତରେ ଚାଷି ଏବେ ଚାଷ ଜମିକୁ ଦେଖି କାନ୍ଦୁଛି ।

ବନ୍ୟା ଛାଡିଛି, ହେଲେ ଛାଡି ଯାଇଛି କ୍ଷତ ଚିହ୍ନ । ବନ୍ୟା ଛାଡିବା ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିବା କାରଣରୁ ଫସଲ ନଷ୍ଟ ହୋଇଛି । ଏବେ ଫସଲକୁ ରୋକପୋକ ଆକ୍ରମଣ କରିଛନ୍ତି । ସେପଟେ ବନ୍ୟା ପାଣି ଛାଡିବା ପରେ ଗାଁକୁ ଫେରିଛନ୍ତି ଲୋକେ । ଆଉ ଅସଜଡାଘରକୁ ଦିନରାତି ଏକ କରି ସଜାଡିବାରେ ଲାଗିଛନ୍ତି ।

Show More
Back to top button