ଦେଶନ୍ୟୁଜ୍ବିଦେଶ

ଦ୍ବିପାକ୍ଷିକ କଥାବାର୍ତ୍ତା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ

ସତ୍ୟଶିଖା( ନୂଆଦିଲ୍ଲୀ )୧୮.୦୪.୨୦୨୨ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ। ଚିଠିରେ ସରିଫ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ କହିଥିବା ଜଣାଯାଇଛି। କାଶ୍ମୀର ସମେତ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ କଥାବାର୍ତ୍ତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବା ପରେ ସରିଫଙ୍କୁ ମୋଦୀ ଅଭିନନ୍ଦନ ଜଣାଇଥିଲେ। ମୋଦୀଙ୍କ ଶୁଭେଚ୍ଛା ବାର୍ତ୍ତା ପରେ ସରିଫ ଧନ୍ୟବାଦ ଜଣାଇବା ସହିତ ଭାରତ ସହିତ ଗଠନମୂଳକ ସମ୍ପର୍କ ସ୍ଥାପନ ପାଇଁ ଆଶାବ୍ୟକ୍ତ କରିଥିଲେ।

Show More
Back to top button