ଅପରାଧଦେଶନ୍ୟୁଜ୍

ଦିଲ୍ଲୀରୁ ଗିରଫ ହେଲା ପାକ୍ ଆତଙ୍କବାଦୀ

ସତ୍ୟଶିଖା(ନୂଆଦିଲ୍ଲୀ ) ୧୨.୧୦ .୨୦୨୧:  ଦିଲ୍ଲୀରୁ ଗିରଫ ହେଲା ପାକିସ୍ତାନ ଆତଙ୍କବାଦୀ । ଏହାସହ ବଡ ଧରଣର ଆତଙ୍କବାଦୀ ଆକ୍ରମଣରୁ  ଅଳ୍ପକେ ବର୍ତ୍ତିଛି ରାଜଧାନୀ  ଦିଲ୍ଲୀ । ସନ୍ଦେହରେ ଦିଲ୍ଲୀ ପୋଲିସ୍ ମହମ୍ମଦ ଅସ୍ରଫ ଓରଫ୍ ଅଲିକୁ ଲକ୍ଷ୍ମୀ ନଗର ରମେଶ ପାର୍କ ଇଲାକାରୁ ଗିରଫ କରିଛି । ତା ପାଖରୁ ଏକେ ୪୭ ରାଇଫଲ, ଗ୍ରିନେଡ୍, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍  ।

Show More
Back to top button