ଇଣ୍ଡୋ-ପାକ୍‌ ସୀମାରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍

ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୦୨/୨୦୨୧ : ଫେଲ୍‌ ମାରିଲା ପାକିସ୍ତାନର ଚାଲାକି । ବାରମ୍ବାର ସୀମା ଉପରେ ଗୁଇନ୍ଦା ଭାବେ ନଜର ରଖିବାକୁ ଉଦ୍ୟମ କରୁଛି ପାକିସ୍ତାନ । କିନ୍ତୁ ତାର ସମସ୍ତ ଯୋଜନାକୁ ଫେଲ୍‌ କରିଦେଉଛନ୍ତି ଭାରତୀୟ ସେନା । ଏହି ପରିପେକ୍ଷୀରେ ଆଜି ପୁଣି ସୀମାରେ ପାକିସ୍ତାନର ଡ୍ରୋନ୍‌ ଦେଖିବାକୁ ମିଳିଥିଲା । ଯାହାକୁ ଭାରତୀୟ ସେନା ଗୁଳି କରିଦେଇଛନ୍ତି ।

ଖବର ଅନୁଯାୟୀ, ୮୯ ବାଟାଲିୟନ ଅଧିନରେ ଥିବା ସୀମାରେ ଆଜି ସକାଳ ସମୟରେ ଏକ ପାକିସ୍ତାନୀ ଡ୍ରୋନ ବୁଲୁଥିବାର ଦେଖିବାକୁ ମିଳିଥିଲା । ଡ୍ରୋନ୍‌ଟି ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଯାହାକୁ ଦେଖି ସୁରକ୍ଷାକର୍ମୀମାନେ ସଜାଗ ହୋଇଯାଇଥିଲେ । ତୁରନ୍ତ ସୁରକ୍ଷକର୍ମୀମାନେ ଡ୍ରୋନ୍‌କୁ ଗୁଳି କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳି ପରେ ଡ୍ରୋନ୍‌ଟି ପାକିସ୍ତାନ ସୀମା ପଟୁ ପଳାଇ ଯାଇଥିଲା । ସୂଚନାଯୋଗ୍ୟ ଯେ, ପାକିସ୍ତାନ ଲଗାତର ଭାବେ ଭାରତୀୟ ସୀମାରେ ଗୁଇନ୍ଦାଗିରି କରିଆସୁଛି । ଗତ ୨ ମାସ ମଧ୍ୟରେ ୧୧ଥର ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ଅନୁପ୍ରବେଶ କରିଛି । ଯାହାକୁ ଭାରତୀୟ ସେନା ପଣ୍ଡ କରିଛନ୍ତି ।

Exit mobile version