ସତ୍ୟଶିକ୍ଷା ୨୬.୦୯.୨୦୨୦ : ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ବର୍ଜନ କଲା ଭାରତ । ଇମ୍ରାନ୍ ଖାନଙ୍କ ଏହି ଅଭିଭାଷଣ ଆରମ୍ଭ ହେବା ମାତ୍ରେ ଭାରତୀୟ ପ୍ରତିନିଧି ମିଳିତ ଜାତିସଂଘ କକ୍ଷତ୍ୟାଗ କରି ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି । ନ୍ୟୁୟର୍କରେ ଚାଲିଥିବା ମିଳିତ ଜାତିସଂଘର ୭୫ ତମ ଅଧିବେଶନରେ ଏଥର ଇମ୍ରାନ୍ ଖାନ୍ ଅଭିଭାଷଣ ରଖିବା ସମୟରେ ଭାରତ ସମ୍ପର୍କରେ ଟିପ୍ପଣୀ କରିବାକୁ ଭୁଲି ନଥିଲେ ।
ପୁଣି ଲଜ୍ଜିତ ହେଲା ପାକିସ୍ତାନ ।
