ରାଜ୍ୟ

‘କ୍ୱାରେଣ୍ଟାଇନରେ ନ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର(ସତ୍ୟଶିଖା): ପ୍ରବାସୀ ଓଡ଼ିଶା କ୍ୱାରେଣ୍ଟାଇନରେ ନ ରହିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏପରି କଡ଼ା ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ଅମାନିଆଙ୍କୁ ଏମିତି ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ସେ କହିଛନ୍ତି,“ ସମସ୍ତ ପ୍ରବାସୀ ଓଡ଼ିଆ ୧୪ ଦିନ ପୃଥକବାସରେ ରହିବା ବାଧ୍ୟତାମୂଳକ। ଯାହାର ଲକ୍ଷଣ ଦେଖାଦେବ ସେମାନଙ୍କ ପରୀକ୍ଷା ହେବ। ଯିଏ କ୍ୱାରେଣ୍ଟାଇନ ନିୟମ ନ ମାନିବ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି,“ ଏବେ ରାଜ୍ୟର ୮ଟି ସ୍ଥାନରେ କରୋନା ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ହେଉଛି। ଘରୋଇ ହସ୍ପିଟାଲରେ ପରୀକ୍ଷା ପାଇଁ ଆଇସିଏମ୍‌ଆରକୁ ଅନୁରୋଧ କରାଯାଇଛି। ଏବେ ଦିନକୁ ତିନି ହଜାର ପରୀକ୍ଷା କରାଯାଉଛି। ଖୁବଶୀଘ୍ର ପାଞ୍ଚ ହଜାର ନମୂନା ପରୀକ୍ଷା ହେବ।”

[ad_2]
Show More
Back to top button