ପଦ୍ମପୁର ଉପନିର୍ବାଚନ: ଆଜି ଦାଖଲ କରିବେ ପ୍ରାର୍ଥିପତ୍ର

ସତ୍ୟଶିଖା(ବରଗଡ଼/ପଦ୍ମପୁର )୧୭.୧୧.୨୦୨୨:   ଆସନ୍ତା ଡିସେମ୍ବର ୫ ତାରିଖରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ। ଆଜି ୧୭ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ଥିବା ବେଳେ ୧୬ ତାରିଖ ସୁଦ୍ଧା କେହି ଜଣେ ‌ହେଲେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ଏହାକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଜି ଗୁରୁବାର ଶେଷ ଦିବସରେ ସବୁ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ଆଜି ଦିନ ୧୧ଟାରୁ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦପ୍ତର ପହଂଚିବ। ପରେ ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ଜିଲ୍ଲା ସଭାପତି ନିହାରରଂଜନ ମହାନନ୍ଦ ସୂଚନା ଦେଇଛନ୍ତି। ସେହିପରି ବିଜେପି ଅପରାହ୍‌ଣ ୨ଟା ପୂର୍ବରୁ ନାମାଙ୍କନ ଦାଖଲ କରିବ ବୋଲି ଜିଲ୍ଳା ସଭାପତି ଅଶ୍ବିନୀ ଷଡ଼ଂଗୀ କହିଛନ୍ତି। ବିଜେଡି ମଧ୍ୟ ଦିନ ୨ଟା ପାଖାପାଖି ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିବ ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Exit mobile version