

ସତ୍ୟଶିଖା(ଭୁବନେଶ୍ୱର) ୨୯.୦୭.୨୦୨୧: ପଡ଼ା ଗାଁ ପାଇବ ରାଜସ୍ବ ଗ୍ରାମର ମାନ୍ୟତା । ରାଜ୍ୟର ପ୍ରାୟ ୪ ହଜାର ପଡ଼ା ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ଏବଂ ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ବ ଗାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୂଳ ଗାଁଠାରୁ ୫ ଶହ ମିଟରରୁ ଦୂରରେ ନଥିଲେ ବି ପଡ଼ା ଗାଁର ଜନସଂଖ୍ୟା ୩ ଶହରୁ ଅଧିକ ହୋଇଥିଲେ ଏହାକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ ।