ଭିଜିଲାନ୍ସ ଜାଲରେ ପିଇଓ

ସତ୍ୟଶିଖା (ବଲାଙ୍ଗୀର) ୩୧/୧୨/୨୦୨୦ : ଭିଜିଲାନ୍ସ ଜାଲରେ ପିଇଓ । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ପଞ୍ଚାୟତ ପିଇଓ ବିହାରିଲାଲ ବାରିକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ଖବର ଅନୁଯାୟୀ, ଆୟ ବହୂର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁନ୍ତଳା ପଞ୍ଚାୟତ ପିଇଓ ବିହାରିଲାଲ ବାରିକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକକାଳୀନ ବାସଭନ ସମେତ ଅଫିସରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସର ଅନେକ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ  ଚଢାଉ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ।ତାହାର ସଠିକ୍‌ ତଥ୍ୟ ସାମ୍ନାକୁ ଆସିନାହିଁ ।

Exit mobile version