ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଅଣାୟତ ଓମିକ୍ରନ୍‌: ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର ) ୧୦.୦୧.୨୦୨୨ :  ରାଜ୍ୟରେ ଏବେ ଅଣାୟତ କରୋନା ମହାମାରୀର ତୃତୀୟ ଲହର । ୫ ହଜାର ମୁହାଁ ଦୈନିକ ସଂକ୍ରମଣ ହୋଇଥିବା ବେଳେ ଚିନ୍ତା ବଢାଇଛନ୍ତି ଓମିକ୍ରନ୍ ଆକ୍ରାନ୍ତ ।

ରାଜ୍ୟରେ ଏଭଳି ସ୍ଥିତିରେ ଘନ ଘନ ବୈଠକ କରାଯାଇ ସ୍ଥିତିକୁ ନିୟନ୍ତ୍ରଣଳୁ ଆଣିବା ପାଇଁ ଚେଷ୍ଟା କରାଯାଉଛି ମାତ୍ର ସବୁ ପଦକ୍ଷପ ଉପରେ ଭାରି ପଡୁଛି କରୋନା । ତେବେ ଏଭଳି ପରିସ୍ଥିତିରେ ଆଜି ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତାକଲି ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ଶାସନ ସଚିବ ପୁରା ସ୍ଥିତି ଉପରେ ସମୀକ୍ଷା କରିଥିବା ବେଳେ ଆଜି ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ୍ ସ୍ଥିତି ଉପରେ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

ତେବେ ଆଜି ଅପରାହ୍ନ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ୍ ସ୍ଥିତି ସାମତ ଟିକାକରଣ ଓ ଶିଶୁ ସଂକ୍ରମିତଙ୍କ ଉପରେ ବୈଠକରେ ଆଲୋଚନା କରାଯାଇପାରେ ।

Show More
Back to top button