ଦେଶନ୍ୟୁଜ୍ବିଦେଶରାଜନୀତିରାଜ୍ୟସ୍ପେଶାଲ୍ ରିପୋର୍ଟ

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ବ୍ରିଟେନ ପିଏମ ବୋରିସ୍ ଜନସନ

ସତ୍ୟଶିଖା (ଲଣ୍ଡନ) ୨୧/୧୦/୨୦୨୦ : ଯଦି ପ୍ରଧାନମନ୍ତ୍ରୀ କହିବେ ତାଙ୍କ ପାଖରେ ପଇସା ନାହିଁ, ଏକଥାକୁ କେହି ବି ଗ୍ରହଣ କରିବେ ନାହିଁ । ସେହିପରି କୌଣସି ପ୍ରଧାନମନ୍ତ୍ରୀ କହନ୍ତି ଦରମାରେ ଯଦି ଘର ଚଳାଇ ହେଉ ନାହିଁ, ହୁଏତ ଶୁଣିବାକୁ ଅସମ୍ଭବ କି ବିଶ୍ୱାସ ନ ଲାଗିପାରେ । ମାତ୍ର ଏମିତି କିଛି କଥା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜସନ ଓରଫ ବୋଜୋ ।ବ୍ରିଟେନର ଏକ ଖବର ଅନୁସାରେ ପିଏମ ବୋଜୋ ନିଜ ଦରମାରେ ଚଳିପାରୁ ନାହାନ୍ତି । ସେଥିପାଇଁ ସେ ଇସ୍ତଫା ଦେବା କଥା ଚିନ୍ତା କରୁଛନ୍ତି । ଅବଶ୍ୟ ତାଙ୍କର ବର୍ଷକୁ ଦରମା ୧ କୋଟି ୪୩ ଲକ୍ଷ ଟଙ୍କା । ତେବେ ତାଙ୍କ ହାତକୁ ମାସକୁ ଦରମା ଆସେ ୧୨ ଲକ୍ଷ ଟଙ୍କା । ବୋଜୋଙ୍କୁ ଲାଗୁଛି ଏତିକି ଟଙ୍କା ତାଙ୍କ ପାଇଁ ଯଥେଷ୍ଟ ନୁହେଁ । ଏତିକି ଟଙ୍କାରେ ସେ ତାଙ୍କର ୬ ପିଲା ଓ ପୂର୍ବତନ ପତ୍ନୀ ମରିନା ଓ୍ବିଲରଙ୍କ ଚଳାଇବାରେ କଷ୍ଟ ହେଉଛି । ଏବେ ତାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବାରୁ ନୂଆ ପିଏମ କଥା ଆଲୋଚନା ହେଲାଣି । ପିଏମ ଦୌଡ଼ରେ ଇନଫୋସିସ ପ୍ରତିଷ୍ଠାତା ନାରାୟଣମୂର୍ତିଙ୍କ ଜ୍ବାଇଁ ଓ  ବ୍ରିଟେନର ଅର୍ଥ ମନ୍ତ୍ରୀ ରୁଷି ସୁନକଙ୍କ ନାଁକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

Show More
Back to top button