ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଏହି ଭାରତୀୟ ଝିଅ ବାହାଘରରେ କରିଥିଲେ ୪୮୫ କୋଟି ଟଙ୍କା ଖର୍ଚ୍ଚ

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ଲୋକପ୍ରିୟ ବ୍ୟବସାୟୀ ତଥା ଷ୍ଟିଲ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅ ବାହାଘରରେ ୪୮୫ କୋଟି ଟଙ୍କର ଖର୍ଚ କରିଥିଲେ । ଏ ନେଇ ସେ ବେଶ୍ ଚର୍ଚାରେ ଥିଲେ । ଏବେ କିନ୍ତୁ ସେ ବ୍ରିଟେନର ସବୁଠୁ ବଡ଼ ଦେବାଳିଆ ହୋଇଯାଇଛନ୍ତି। ସେ କହନ୍ତି ତାଙ୍କ ଉପରେ ପାଖାପାଖି ୨୫୪ କୋଟି ପାଉଣ୍ଡ ଋଣ ଅଛି। ଏହା ସହ ସେ ସ୍ତ୍ରୀଙ୍କ ଖର୍ଚରେ ଚଳୁଛନ୍ତି ।୬୪ ବର୍ଷୀୟ ମିତ୍ତଲଙ୍କୁ ଏହି ବର୍ଷ ଲଣ୍ଡନର ଇନସଲଭେନ୍ସି ଓ କମ୍ପାନିଜ କୋର୍ଟ ଦ୍ବାରା ଦେବାଳିଆ ଘୋଷଣା କରାଯାଇଛି । ତାଙ୍କ କହିବା କଥା ତାଙ୍କ ଉପ​‌ରେ ସୁମଦାୟ ୨୫୪ ହଜାର କୋଟି ଟଙ୍କାର ଋଣ ଅଛି । ଏଥିରୁ ୧୭ କୋଟି ପାଉଣ୍ଡ ଋଣ ସାମିଲ ଅଛି ଯାହା ସେ ୯୪ ବର୍ଷୀୟ ବାପାଙ୍କ ଠାରୁ ଉଧାର ନେଇଛନ୍ତି । ଏହିଭଳି ସେ ପତ୍ନୀ ସଙ୍ଗୀତାଙ୍କ ଠାରୁ ୧୧ ଲକ୍ଷ ପାଉଣ୍ଡ ଓ ପୁଅ ଦିବ୍ୟେଶଙ୍କ ଠାରୁ ୨୪ ଲକ୍ଷ ପାଉଣ୍ଡ ଓ ଜଣେ ସମ୍ପର୍କୀୟଙ୍କ ଠାରୁ ୧୧ ଲକ୍ଷ ପାଉଣ୍ଡ ଉଧାର ନେଇଛନ୍ତି ।ସେ କହିଛନ୍ତି ଏବେ ତାଙ୍କ ପାଖରେ କେବଳ ୧.୧୦ ଲକ୍ଷ ପାଉଣ୍ଡର ଆସେଟ୍ ରହିଛି। ମିତ୍ତଲ ଋଣଦାତାଙ୍କୁ ମାମୁଲି ଅଂଶ ଦେବା ପାଇଁ ପ୍ରସ୍ତୁତ । ଏହା ସହ ସେ ଆଶା ରଖିଛନ୍ତି ଯେ ଏହି ଦେବାଳିଆ ସମସ୍ୟାରୁ ସେ ଖୁବଶୀଘ୍ର ସମାଧାନ କରିବେ । ତେବେ ସେ ସବୁଠୁ ଅଧିକ କରଜ ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡର କମ୍ପାନି ଡାଇରେକ୍ଟ ଇନଭେସମେଣ୍ଟ ଲିମିଟେଡରୁ ନେଇଛନ୍ତି । ସେହି କମ୍ପାନିକୁ ୧୦୦ କୋଟି ପାଉଣ୍ଡ ଦେବାକୁ ହେବ ।ପ୍ରମୋଦ ମିତ୍ତଲ ୨୦୧୩ରେ ଝିଅ ସୃଷ୍ଟିର ବାହାଘର ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୁଲରାଜ ବହଲଙ୍କ ସହ କରିଥିଲେ । ଏପରିକି ସେ ତାଙ୍କ ଭାଇ ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ବାହାଘର ଠାରୁ ୪୮୫ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଥିଲେ । ଏବେ ତାଙ୍କର କିଛି ଆମଦାନୀ ନ ଥିବାରୁ ତାଙ୍କ ପତ୍ନୀ ଏବେ ଘର ଚଳାଉଛନ୍ତି । ଏବେ ସେ କହିଛନ୍ତି ପ୍ରତି ମାସରେ ଦୁଇ ହଜାରରୁ ୩ ହଜାର ପାଉଣ୍ଡ ଖର୍ଚ ମୁଖ୍ୟତଃ ତାଙ୍କ ପତ୍ନୀ ଓ ପରିବାର ଲୋକ ତୁଲାଉଛନ୍ତି । ଦେବାଳିଆ ପ୍ରକ୍ରିୟାର ଆଇନଗତ ଖର୍ଚ୍ଚକୁ ଅନ୍ୟ ଜଣେ ବହନ କରୁଛନ୍ତି ।

ଜିଆଏଆଇଏଲ କମ୍ପାନିର ସେ ଥିଲେ ସହ-ମାଲିକ ଓ ଏହାର ସୁପରଭାଇଜ ବୋର୍ଡର ମୁଖିଆ । ତେବେ କମ୍ପାନିର ଋଣକୁ ନେଇ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ ଏବଂ ସେଇଠୁ ହିଁ ତାଙ୍କ ଖରାପ ଦିନ ଆରମ୍ଭ ହେଲା । ୨୦୧୩ରେ କମ୍ପାନି ପ୍ରାୟ ୧୬.୬ କୋଟି ଡଲାର ଋଣ ପରିଶୋଧ କରିବାରେ ବିଫଳ ହେଲେ । ପ୍ରମୋଦ ମିତ୍ତଲଙ୍କୁ ଗତବର୍ଷ କମ୍ପାନିର ଦୁଇ ଅନ୍ୟ ଅଧିକାରୀଙ୍କ ସହ ଗିରଫ କରାଯାଇଥିଲା ।

Show More
Back to top button