

ସତ୍ୟଶିଖା( ଭୁବନେଶ୍ୱର )୧୭.୦୨.୨୦୨୨ : ଜୟଦେବ ବିହାରରେ ଓଭରବ୍ରିଜ୍ରୁ ଖସି ପଡ଼ିଛନ୍ତି ଜଣେ ଯୁବକ । ଦିନ ଦ୍ୱିପ୍ରହରରେ ରାଜଧାନୀରେ ଅଘଟଣ ଘଟିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭାରସାମ୍ୟ ହରାଇ ଜୟଦେବ ବିହାରରେ ଓଭରବ୍ରିଜ୍ରୁ ଯୁବକ ଖସି ପଡ଼ିଥିବା ସୂଚନା ମିଳିଛି। ଓଭର ବ୍ରିଜ୍ ଉପରେ ପଡ଼ିଛି ବାଇକ ରହିଥିବା ବେଳେ, ତଳେ ଯୁବକ ଜଣକ ପଡ଼ିଥିଲେ ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୁବକଙ୍କ ପରିଚୟ ମିଳିନାହିଁ, ତେବେ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।