ଆରବସାଗରରେ ଜାହାଜ ବୁଡି ଓଡିଆ ଯୁବକଙ୍କ ମୃତ୍ୟୁ

ସତ୍ୟଶିଖା(ଚାନ୍ଦବାଲି) ୨୨.୦୫.୨୦୨୧: ସାମୁଦ୍ରିକ ବାତ୍ୟା ତଓତେ ପ୍ରଭାବରେ ମୁମ୍ବାଇଠାରୁ ୬୫ କି.ମି. ଦୂରରେ ଆରବସାଗରରେ ପଣ୍ୟବାହୀ ଜାହାଜ (ପି-୩୦୫) ବୁଡିଥିଲା । ଫଳରେ ମାସୁ ଆସୋସିଏଟ୍ ସଂସ୍ଥାରେ କାର୍ଯ୍ୟରତ ସୁପରଭାଇଜର ଓଡ଼ିଆ ଯୁବକ ଗୋଲେକ ସାହୁଙ୍କର ସେଥିରେ ମୃତ୍ୟୁ ହୋଇଥିଲା । ଗୋଲକଙ୍କ ଘର ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ କିସ୍ମତ ଗାଁରେ । ଗୋଲେକଙ୍କ ପରିବାର ଲେକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେମୃତ ଗୋଲକଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିଛି । ବିଳମ୍ବିତ ରାତିରେ ଗୋଲକଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି । ଏଥିନେଇ କିସ୍ମତ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

Exit mobile version