

ସତ୍ୟଶିଖା(ପୁରୁଷୋତ୍ତମପୁର ) ୧୮ .୦୧.୨୦୨୨ : ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର ନିତିଶ ତ୍ରିପାଠୀ। ମୃତକର ଶବକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରିବାକୁ ଗଲେ। ତାଙ୍କର ଏହି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି। ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମର ଶିବରାମ ନାୟକ ଦୁଇଟି କିଡନି ହରାଇ ରୋଗଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ। କିଛିଦିନ ପୂର୍ବେ ଖବର ଶୁଣି ପରେ ନିଜେ ତହସିଲଦାର ଶିବରାମଙ୍କ ଘରକୁ ଯାଇ ସହାୟତା କରିବା ସହ ଘର ନ ଥିବା ହେତୁ ସରକାରୀ ସ୍ତରରେ ଏକ ଘରଡିହ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଭଳିକି ଚିକିତ୍ସା ପାଇଁ ସହାୟତା କରିଥିଲେ। କିନ୍ତୁ ଆଜି ଶିବରାମ ମ୍ରୁତ୍ୟୁ ଖବର ପାଇ ତାଙ୍କ ଘର ଆଡ଼କୁ ଯାଉଥିବା ସମୟରେ ରାସ୍ତାରେ ତାଙ୍କୁ ପାଇଁ ଗ୍ରାମବାସୀଙ୍କ ସହ ମିଶି ଶବକୁ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବ ସତ୍କାର କରିବାର ସମସ୍ତ କାର୍ଯ୍ୟ ନିଜେ ଉପସ୍ଥିତ ରହି ସମ୍ପାଦନ କରିଥିଲେ। ଏଥି ସହ ନିଜସ୍ବ ପାଣ୍ଠିରୁ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି।