ନ୍ୟୁଜ୍ରାଜ୍ୟ

ଭାରତ ସୀମା ଜଗିବେ ଓଡିଆ ଝିଅ

ସତ୍ୟଶିଖା ୨୬/୦୧/୨୦୨୧ : ସୀମା ଜଗିବେ ଓଡିଆ ଝିଅ । ଶତ୍ରୁଙ୍କୁ ଦେବେ ମୁହଁତୋଡ ଜବାବ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ପଞ୍ଚାୟତ କୁଦୋପାଲି କୁମର ପ୍ରଧାନ ଓ କୁମୁଦିନୀ ପ୍ରଧାନଙ୍କ ଝିଅ ଲିପି ପ୍ରଧାନ ସୀମାସୁରକ୍ଷା ବଳ( ବିଏସ୍‌ଏଫ)ରେ ନିଯୁକ୍ତି ପାଇଁ ଯୋଗ୍ୟ ହାସଲ କରିଛନ୍ତି । ଏହାସହ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଲିପି । ଲିପିଙ୍କ ବାପା କୁମର ଜଣେ ପରିବା ବିକାଳୀ । ବଜାରକୁ ବଜାର ବୁଲି ପନିପରିବା ବିକ୍ରୟ କରି ଝିଅକୁ ପାଠ ପଢ଼ାଇଥିଲେ । ସୂଚନା ଅନୁସାରେ, ଲିପି ୨୦୧୮ରେ ସେ ସୀମା ସୁରକ୍ଷା ବଳରେ ନିଯୁକ୍ତି ପାଇବା ପାଇଁ ଆବେଦନ କରିଥିଲେ । ୨୦୨୧ ଜାନୁଆରୀ ୨୧ ତାରିଖ ଫଳାଫଳ ଘୋଷଣା ପରେ ସେ ଖୁସିରେ ଆତ୍ମବିଭୋର ହୋଇପଡ଼ିଥିଲେ । ସେ  ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଜମଳା ଗ୍ରାମ ପଞ୍ଚାୟତର ଝିଅ ସୀମା ସୁରକ୍ଷା ବଳରେ ସାମିଲ ହେବା ପାଇଁ ମନୋନୀତ ହୋଇଥିବାରୁ ସରପଞ୍ଚ ତୁଲାରାମ ବେହେରା ଖୁସି ପ୍ରକଟ କରି ଲିପିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Show More
Back to top button