ଓଡ଼ିଆ ପୁଅ ଅନିଲ ପ୍ରଧାନ ପାଇଲେ ଜାତୀୟ ଯୁବ ପୁରସ୍କାର

ସତ୍ୟଶିଖା(ନୂଆଦିଲ୍ଲୀ) ୧୩.୦୮ .୨୦୨୧:  ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର-୨୦୨୧ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ଦେଶକୁ ଗୈରବାନ୍ଵିତ କରିଥିବା ଓଡ଼ିଶାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କୁ ଜାତୀୟ ଯୁବ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଗୁରୁବାର ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି। ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର-୨୦୨୧ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ଦେଶକୁ ଗୈରବାନ୍ଵିତ କରିଥିବା ଓଡ଼ିଶାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କୁ ଜାତୀୟ ଯୁବ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଗୁରୁବାର ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି। ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ହେଇଥିବା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ଭାରତକୁ ପ୍ରତିନିଧିତ୍ଵ କରିଥିଲା ଅନିଲଙ୍କ ୟଙ୍ଗ୍ ଟିଙ୍କର ଟିମ୍। ଏହି ଟିମ୍ ମହାକାଶ ପୃଷ୍ଠରେ ବିଚରଣ ନିମନ୍ତେ ଆବଶ୍ୟକୀୟ ଏକ ରୋଭର ଯାନ ପ୍ରସ୍ତୁତ କରିଥିଲେ, ଆଉ ଏହା ସଫଳ ମଧ୍ୟ ହୋଇଥିଲା। ଓ୍ଵାର୍ଲ୍ଡ ରାଙ୍କ୍‌ରେ ଭାରତର ରୋଭର ତୃତୀୟ ସ୍ଥାନରେ ରହି ଦେଶକୁ ଗୌରବାନ୍ଵିତ କରିଛି। କେବଳ ଏତିକି ନୁହେଁ ଏହା ପୂର୍ବରୁ ଅନିଲ ଏସିଆର ପ୍ରଥମ ବହୁମୁଖୀ ରକେଟ୍ରି ମିଶନ୍ ଭିଏସ୍‌ଏଲଭିର ମୁଖ୍ୟ ଡିଜାଇନର ମଧ୍ୟ ଥିଲେ। ଏଥିସହିତ ହୀରାକୁଦ ଡ୍ୟାମ୍ ଉପରେ ନଜର ରଖିବା ନିମନ୍ତେ ଏକ ଉପଗ୍ରହ ବିକଶିତ କରି ଅନିଲ ପ୍ରଶଂସିତ ହୋଇଛନ୍ତି।

Exit mobile version