ସତ୍ୟଶିଖା (ଭୁବନେଶ୍ୱର) ୦୨/୧୨/୨୦୨୦ : ପୁଣି ମହାନତା ଦେଖାଇଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ଗଦା ହୋଇ ରହିଥିବା ମାନସିକ ନଡିଆକୁ ପଠାଇଲେ ମା’ ତାରିଣୀଙ୍କ ପାଖକୁ । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅଟକି ଯାଇଥିବା ଭଳି ମନେ ହେଇଥିବା ବେଳେ ପୁଣି ତାକୁ ଉଦଜୀବିତ କରିଛନ୍ତି ଅଭିନେତା ସବ୍ୟସାଚୀ ।
ତାରିଣୀଙ୍କ ପସନ୍ଦ ହେଉଛି ନଡିଆ । କଥାରେ ଅଛି ମାନସିକ କରି ମା’ଙ୍କ ନିକଟକୁ ନଡିଆ ପଠାଇରେ ଭକ୍ତର ମାନସିକ ପୂରଣ ହୋଇଥାଏ । ମାନସିକ ନଡିଆ ସହିତ ଜୋଡି ହୋଇ ରହିଛି ଭକ୍ତଙ୍କ ପ୍ରାର୍ଥନା । କେଉଁଠି ମୃତ୍ୟୁମୁଖରେ ପଡ଼ିଥିବା ଛୁଆ ପାଇଁ ମା’ଙ୍କ ପାଖରେ ନଡିଆଟିଏ ଯାଚି ଦେଇଥାଏ ମା’ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କ ଆରୋଗ୍ୟ କାମନା କରି ସ୍ତ୍ରୀ ଯାଚିଥାଏ ନଡିଆ ।