ମନୋରଞ୍ଜନରାଜ୍ୟସିନେମା

ଓଡ଼ିଆ ଅଭିନେତା ସବ୍ୟସାଚୀ ତାରିଣୀ ଘଟଗାଁ ପୀଠ କୁ ନଡ଼ିଆ ପଠେଇଲେ

ସତ୍ୟଶିଖା (ଭୁବନେଶ୍ୱର) ୦୨/୧୨/୨୦୨୦ : ପୁଣି ମହାନତା ଦେଖାଇଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ଗଦା ହୋଇ ରହିଥିବା ମାନସିକ ନଡିଆକୁ ପଠାଇଲେ ମା’ ତାରିଣୀଙ୍କ ପାଖକୁ । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅଟକି ଯାଇଥିବା ଭଳି ମନେ ହେଇଥିବା ବେଳେ ପୁଣି ତାକୁ ଉଦଜୀବିତ କରିଛନ୍ତି ଅଭିନେତା ସବ୍ୟସାଚୀ ।

ତାରିଣୀଙ୍କ ପସନ୍ଦ ହେଉଛି ନଡିଆ । କଥାରେ ଅଛି ମାନସିକ କରି ମା’ଙ୍କ ନିକଟକୁ ନଡିଆ ପଠାଇରେ ଭକ୍ତର ମାନସିକ ପୂରଣ ହୋଇଥାଏ । ମାନସିକ ନଡିଆ ସହିତ ଜୋଡି ହୋଇ ରହିଛି ଭକ୍ତଙ୍କ ପ୍ରାର୍ଥନା । କେଉଁଠି ମୃତ୍ୟୁମୁଖରେ ପଡ଼ିଥିବା ଛୁଆ ପାଇଁ ମା’ଙ୍କ ପାଖରେ ନଡିଆଟିଏ ଯାଚି ଦେଇଥାଏ ମା’ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କ ଆରୋଗ୍ୟ କାମନା କରି ସ୍ତ୍ରୀ ଯାଚିଥାଏ ନଡିଆ ।ପ୍ରତିଟି ନଡିଆ ପଛରେ ଗୋଟେ ପରିବାରର ଆଶା, ଭରସା ଓ ଖୁସି ଲୁଚି ରହିଥାଏ । ହେଲେ କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରିନାହିଁ । ଗଦା ହୋଇ ରହିଛି ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡରେ । କରୋନା ଯୋଗୁଁ କେହି ସେଥିରେ ହାତ ମାରିବାକୁ ଇଚ୍ଛା ପ୍ରକାଶ କରୁନଥିଲେ । ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଯେମିତି ଅଟକି ଯାଇଥିଲା ଭଳି ମନେ ହେଉଥିଲା ।ଏଥିପାଇଁ ଖାଲି ଭରସା ନୁହଁ ବରଂ ସହରର ପରିବେଶ ଓ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେବାରେ ଲାଗିଥିଲା । କିଛି ନଡ଼ିଆରୁ ଗଜା ବାହାରିସାରିଥିଲା ଓ କିଛି ପଚିଯାଇ ଦୁର୍ଗନ୍ଧ ସହ ପରିବେଶକୁ ଦୂଷିତ ମଧ୍ୟ କରୁଥିଲା । କୁକୁର ଦ୍ଵାରା କିଛି ନଡିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଅନେକ ସମୟରେ ଦୁର୍ଘଟଣାମାନ ମଧ୍ୟ ଘଟୁଥିଲା । ହେଲେ ସବୁଠୁ ବଡ଼ କଥା ହେଲା ଭକ୍ତର ଆବେଗ ଭରା ବିଶ୍ବାସ ହୋଇଯାଇଥିଲା ସାହାଶୂନ୍ୟ । ତେବେ ସେହି ମାନସିକ ନଡିଆଗୁଡିକ ଭୁବନେଶ୍ୱରର ବରମୁଣ୍ଡା, ଫାୟାର ଷ୍ଟେସନ ଛକ, ସିଆରପି ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ସ୍ଥାନ, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏହିଭଳି ପଡି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା)କୁ ମଙ୍ଗଳବାର ଦିନ କିଛି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି ଚର୍ଚ୍ଚିତ ଓଲିଉଡ୍ ଫେମ୍ ସବ୍ୟସାଚୀ ମିଶ୍ର । ଭକ୍ତଙ୍କ ଭରସାକୁ ମା’ଙ୍କ ପାଖକୁ ପହଞ୍ଚାଇ ପୁଣି ଏକ ମହାନ କାମ କରିଛନ୍ତି ଅଭିନେତା ସବ୍ୟସାଚୀ ।

Show More
Back to top button