୨୦୨୪ ନିର୍ବାଚନରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା: ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ସତ୍ୟଶିଖା( ଭୁବନେଶ୍ୱର)୩୦.୦୭ . ୨୦୨୨: ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ ବିଜେଡି। ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି। ବିରୋଧୀଙ୍କ କିଛି ହାୱା କାମ ଦେବନି। ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକୁ ନେଇ ଗୃହରେ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ ଆହୁରି ବି କହିଛନ୍ତି ଯେ ବିଜେପି ଯେଉଁ ସ୍ବପ୍ନ ଦେଖୁଛି ତାହା ପୂରଣ ହେବନି। ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ। ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ। ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା ବୋଲି ବିଜେଡି ସମର୍ଥନ ଦେଲା। ଏହାକୁ ନେଇ ବିଜେପିର ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ। ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇ ଯାଇଛନ୍ତି। ବିଜେଡି ଯେତିକି ଭୋଟ ପାଇଥିଲା ତାହା ବଢ଼ିଛି। କିନ୍ତୁ କଂଗ୍ରେସ ଭୋଟ ବିଜେପିକୁ ଯାଇଛି।

Exit mobile version