ସତ୍ୟଶିଖା (ଭୁବନେଶ୍ୱର) ୨୧/୧୧/୨୦୨୦ : ବିଧାନସଭା ଶୀତ ଅଧିବେଶନର ଦ୍ଵିତୀୟ ଦିନ ଆରମ୍ଭରୁ ବିରୋଧୀ ଦଳ ନେତା ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ । ପୁରୀରେ ଏସପିଙ୍କ ନିର୍ଦ୍ଦେଶରେ ଯୁବକଙ୍କୁ ଉଠାଇନେଲେ ଓ ପିଟି ପିଟି ମାରିଦେଲେ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ପରମ୍ପରା ଅନୁସାରେ ଶବଦାହ ହେଲାନି । ଯେଉଁମାନେ ଦେଖିଲେ ସେମାନଙ୍କୁ ବ୍ରହ୍ମଗିରି ଥାନାକୁ ନେଇଗଲେ । କହିଲେ ଧସ୍ତା ଧସ୍ତିରେ ମରିଗଲା । ପୁରୀ ଏସପିଙ୍କ ବଦଳି କେବଳ ଏକ ଆଇୱାସ୍ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଓଡିଶାରେ ଆଇନ ଶୃଙ୍ଖଳାର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି । ଜନଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ବ । ସରକାର କିନ୍ତୁ ସମ୍ପୂର୍ଣ୍ଣ ବିଫଳ । ଓଡିଶାର ଓଏଚଆରସି ଅଧ୍ୟକ୍ଷ ପଦବୀ ଖାଲି ଅଛି । ପଦବୀ ପୂରଣ କରୁନାହାନ୍ତି ରାଜ୍ୟ ସରକାର ।