ଦେଶରାଜନୀତି

ଆଜି ମୌସୁମୀ ଅଧିବେଶନ ପାଇଁ କଂଗ୍ରେସର ସଂସଦୀୟ ଦଳ ବୈଠକ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିରୋଧି l

ସତ୍ୟଶିଖା ( ନୂଆଦିଲ୍ଲୀ ) ୮.୦୯.୨୦୨୦ : ସେପ୍ଟେମ୍ବର 14 ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧି । ଵିରୋଧୀ ଦଳ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଆଜି ପୁଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିବ । ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏହି ସଂସଦ ରଣନୀତି ବୈଠକର ଅଧକ୍ଷତା କରିବେ ।

କଂଗ୍ରେସ ୱାର୍କିଂ କମିଟି କମିଟି ବୈଠକ ପରେ ଆଜି ପୁଣିଥରେ ଦଳର ସବୁ ବରିଷ୍ଠ ନେତା, ସାଂସଦ, ପ୍ରଭାରୀ ଏକତ୍ରିତ ହେବେ । ବୈଠକରେ ରାହୁଲ ଗାନ୍ଧୀ, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଏ.କେ ଆଣ୍ଟୋନି, ଅହମ୍ମଦ ପଟେଲ, ଜୟରାମ ରମେଶ, କେସି ଭେନୁଗୋପାଲ, ଆଧୀର ରଂଜନ ଚୌଧୁରୀ , ଗୌରବ ଗୋଗୋଇ, କେ ସୁରେଶ, ମାଣିକାମ ଟାଗୋର ଏବଂ ରାବଣ ସିଂ ବିଟୁ ପ୍ରମୁଖ ବୈଠକରେ ଉପସ୍ଥିତ ରହିବେ ।

ଏହି ବୈଠକରେ କଂଗ୍ରେସ ଅଧିବେଶନରେ ଉଭୟ ଗୃହରେ ଉଠାଯିବାକୁ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବ । ଯେପରିକି ଲଦାଖରେ ଚୀନ୍ ସହିତ ସୀମା ବିବାଦ ଏବଂ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଫେସବୁକର ଅଭିଯୋଗ, ସରକାରଙ୍କ କୋଭିଡ ପରିଚାଳନା -19 ମହାମାରୀ, ଅର୍ଥନୈତିକ ସଙ୍କଟ, ଜିଡିପି ହ୍ରାସ, ରାଜ୍ୟମାନଙ୍କୁ ଜିଏସ୍ଟି କ୍ଷତିପୂରଣ, PM CARES ପାଣ୍ଠି ଉପରେ ଆଲୋଚନା ହୋଇପାରେ।ତେବେ ସଂସଦ ଆରମ୍ବ ପୂର୍ବ ରୁ ଏହି ସପ୍ତାହ ଶେଷରେ ସର୍ଵ ଦଳୀୟ ବୈଠକ ହୋଇପାରେ ।

Show More
Back to top button