ସତ୍ୟଶିଖା ୧୯/୦୧/୨୦୨୧ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳର ଜୟନ୍ତୀଗିରି ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ଲମତାପୁଟ, ନନ୍ଦପୁର କୋରାପୁଟ ପୋଲିସ, ଡିଭିଏଫ ଏବଂ ଅବକାରୀ ବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୨୦ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି । ଏହାର ମୂଲ୍ୟ ୨୦ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଚଳିତ ବର୍ଷ ଅପରେସନ ଗ୍ରୀନ୍ କ୍ଲିନ୍ ପାଇଁ ଏକ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ । ଚଳିତ ବର୍ଷ ୫୧୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିସାରିଲାଣି ପୋଲିସ ।
ଅପରେସନ୍ ଗ୍ରୀନ୍ କ୍ଲିନ୍
