ରାଜ୍ୟ

ଅପରେସନ୍ ଗ୍ରୀନ୍ କ୍ଲିନ୍

ସତ୍ୟଶିଖା (ରାୟଗଡା) ୦୫/୧୨/୨୦୨୦ : ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ଜାରି । କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ । ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଶିରିପୁର ଓ ଏହାର ଆଖପାଖ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ୪୫ ଏକର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଛନ୍ତି ଅବକାରୀ, ପୋଲିସ ଓ ବନ ବିଭାଗର କର୍ମଚାରୀ । ଏହାର ମୂଲ୍ୟ ୫ କୋଟି ୪୦ ଲକ୍ଷ ହେବ ବୋଲି ସୂଚନା ମିଳିଛି ।

ସପ୍ତାହେ ମଧ୍ୟରେ ଏହି ଅଞ୍ଚଳରୁ ୧୫୫ ଏକର ଜାଗାରେ ଲାଗିଥିବା ଗଞ୍ଜଇ ଚାଷକୁ ନଷ୍ଟ କରାଯାଇଛି । ଏହି ଅଭିଯାନ ମୁନିଗୁଡା ଏସଡିପିଏଙ୍କ ନେତୃତ୍ବରେ ଜାରି ରହିଛି । କଡା ସୁରକ୍ଷା ମଧ୍ୟରେ ଏହି ଅପରେସନ ଜାରି ରହିଥିବା ଜଣାପଡିଛି ।

Show More
Back to top button