ନ୍ୟୁଜ୍ମନୋରଞ୍ଜନସିନେମାସ୍ପେଶାଲ୍ ରିପୋର୍ଟ

ସିନେମା ହଲ ଖୋଲିଲେ ବଢ଼ିଯିବ କି ଟିକେଟ୍ ମୂଲ୍ୟ

ସତ୍ୟଶିଖା (ନୂଆଦିଲ୍ଲୀ) ୧୪/୧୦/୨୦୨୦ : ପୂରା ଦେଶ ଏବେ ସୁଦ୍ଧା କରୋନା ସଙ୍କଟକୁ ସାମ୍ନା କରୁଛି । ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାର ସମୟ ସହିତ ସବୁ କିଛି ଧୀରେ ଧୀରେ ଠିକ୍ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିବା ନିଶ୍ଚିତ ହୋଇଛି । ତେବେ ହଲ ଖୋଲିଲେ ବଢ଼ିବ କି ଟିକେଟ୍ ମୂଲ୍ୟ? ଏ ନେଇ ମଧ୍ୟ ଦର୍ଶକଙ୍କ ଭିତରେ କଳ୍ପନା ଜଳ୍ପନା ଲାଗି ରହିଛି ।ତେବେ ଆଇନକ୍ସ ଲିଜର କହିଛି ମଲ୍ଟିପ୍ଳେକ୍ସରେ କଟକଣା ଲାଗୁ ହେବା ଯୋଗୁ ଟିକେଟ୍ ମୂଲ୍ୟ ବଢ଼ିବ ନାହିଁ । କେବଳ ଏତିକି ନୁହେଁ ସିନେ ପ୍ରେମୀଙ୍କ ସୁରକ୍ଷାର ଉଚିତ ଧ୍ୟାନ ମଧ୍ୟ ରଖାଯିବ । ଏହା ସହ ଗ୍ରାହକଙ୍କ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର ପ୍ରଦାନ କରାଯିବ ।କୋଭିଡ୍ ପାଇଁ ଏହି ସେକ୍ଟେର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ପୂର୍ବଭଳି ସବୁକିଛି କରିବାକୁ ଚେଷ୍ଟା କରାଯାଉଛି । ସେଥିପାଇଁ ଲୋକଙ୍କ ସୁରକ୍ଷା ଓ ହାଇଜିନିକ ଉପରେ ବିଶେଷ ଧ୍ୟାନ ଦିଆଯିବ । ଲୟାଲିଟି ପୋଗ୍ରାମ ତଥା ଆଇନକ୍ସ ରିଓ୍ବାଡର୍ସ ସଦସ୍ୟଙ୍କୁ ବିଶେଷ ଅଫର ପ୍ରଦାନ କରାଯିବ । ଆଇନ୍ସ ତା’ ସଦସ୍ୟଙ୍କ ପାଇଁ ପ୍ରାଇଭେଟ୍ ସ୍କ୍ରିନିଂ ଆଣିବ । ଏଥିରେ ପୂରା ପରିବାର ତଥା ଛୋଟ ସମୂହ ଅଡିଟୋରିୟମ ବୁକ୍ କରିପାରିବେ ଓ ନିଜ ହିସାବରେ କଣ୍ଟେଣ୍ଟର ମଜା ନେଇପାରିବେ ।

Show More
Back to top button