ଆଜିଠୁ ରାଜଧାନୀରେ ଖୋଲା ମଲ, ହୋଟେଲ

ସତ୍ୟଶିଖା(ଭୁବନେଶ୍ୱର) ୦୨.୦୮ .୨୦୨୧:  ହୋଟେଲ ଓ ମଲ ବ୍ୟବସାୟୀଙ୍କୁ ମିଳିଛି ଆଶ୍ୱସ୍ତି । କାରଣ ଅଗଷ୍ଟ ଗାଇଡ ଲାଇନ୍ ରେ ସରକାର ଏ ସବୁ ଖୋଲିବାକୁ ଅନୁମତି ଦେଇଛନ୍ତି । ଦୀର୍ଘ ଦେଢ଼ ବର୍ଷ ପରେ ଏ ସବୁ ଖୋଲୁଛି । ହୋଟେଲ ରେ ବସି ଖାଇବା ପାଇଁ ବି ଅନୁମତି ରହିଛି । ୫୦ % କ୍ଷମତାରେ ସିନେମା ହଲ ବି ଖୋଲିବ । ତେବେ ଆଜିଠୁ ରାଜଧାନୀରେ ଖୋଲିବ ହଲ୍, ମଲ୍‌ ଓ ରେଷ୍ଟୁରାଣ୍ଟ ।

ଅଗଷ୍ଟ ଗାଇଡଲାଇନ ମୁତାବକ ସୋମବାରଠୁ ରାଜଧାନୀରେ ପାର୍କ ଖୋଲିଥିବା ବେଳେ ଆଜିଠୁ ମଲ୍ ଏବଂ ସିନେମା ହଲ ଗୁଡିକ ଖୋଲିବ। ଟିକା ନେଇନଥିଲେ ମଲ୍ ଭିତରକୁ ଏଣ୍ଟ୍ରି ନାହିଁ । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଯାଇଛି ଫୁଟ୍ କାଉଣ୍ଟ ମେସିନ୍। ଫଳରେ ମଲକୁ କେତେ ଲୋକ ପଶିଲେ, କେତେ ବାହାରିଲେ ଜଣାପଡ଼ିବ

ସେହିଭଳି ୫୦ ପ୍ରତିଶତ କ୍ଷମତାରେ ଖୋଲିବ ରେଷ୍ଟୁରାଣ୍ଟ ଏବଂ ହଲ୍। ଏଣିକି ପାର୍ସଲ ନନେଇ ହୋଟେଲରେ ବସି ଖାଇ ପାରିବେ ରାଜଧାନୀବାସୀ। ଅଗଷ୍ଟ ୫ରୁ ହଲ୍ ଖୋଲିବା ପାଇଁ ଯୋଜନା ହୋଇଥିବାବେଳେ ଇଭନିଂ ଏବଂ ନାଇଟ୍ ସୋ ରହିବନାହିଁ ବୋଲି ଜଣାପଡିଛି।

↑
Exit mobile version