ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : କରୋନା ସଂକ୍ରମଣ ଯୋଗୁଁ ଦୁନିଆର ଏକ ନୂଆ ଆରମ୍ଭ ହୋଇଛି କହିଲେ କିଛି ଭୁଲ ହେବନାହିଁ । ମହାମାରୀ ବିସ୍ତାର ରୋକିବାକୁ ଦୁନିଆର ଅନେକ ଦେଶରେ ଲକଡାଉନ ଜାରି କରାଯାଇଥିଲା । ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ଚାକିରୀ ଚାଲିଗଲା । କିନ୍ତୁ ଲକଡାଉନ କୋହଳ ହେବାପରେ କାମ ଚାପ ଏତେ ବଢିଯାଇଛି ଯେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଦକ୍ଷିଣ କୋରିଆରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । କାର୍ଯ୍ୟ ଚାପବଢିଯିବାରୁ ୧୪ ଜଣ ଡେଲିଭରୀ ବଏଙ୍କ ଜୀବନ ଚାଲିଯାଇଛି ।
ଲକଡାଉନ୍ ରେ ବଢ଼ିଲା ଅନଲାଇନ୍ କାରବାର
