ସତ୍ୟଶିଖା (ଭୁବନେଶ୍ୱର) ୦୪/୧୨/୨୦୨୦ : ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରୀ କରିବା ପଡିଲା ମହଙ୍ଗା । ସିଂହଦ୍ବାର ଥାନାରେ ଆମାନଜ ବିରୋଧରେ ଏତଲା ଦିଆଯାଇଛି । ଅନଲାଇନରେ ନିର୍ମାଲ୍ୟ ବିକ୍ରୀ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ଆମାଜନ ନିର୍ମାଲ୍ୟ ବିକ୍ରୀ କରୁଛି ସେ ନେଇ ଏତଲାରେ ଦର୍ଶାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଧାରା 30(ଏ), ଆଇପିସି 109 ଏବଂ 295 ରେ ମାମଲା ରୁଜୁ କରିବାକୁ ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ଆମାଜନ୍ ବିରୋଧରେ ଅଭିଯୋଗ ପତ୍ର ପ୍ରଶାସନ ପ୍ରସ୍ତୁତ କରିଛି । ଏହି ସଂସ୍ଥା ଭକ୍ତଙ୍କ ଧର୍ମଭାବନାକୁ ଆଘାତ ଦେଇ ଅନଧିକାର ନିର୍ମାଲ୍ୟ ପ୍ରସାଦକୁ ଅନ୍ଲାଇନରେ ବିକ୍ରି କରିବାକୁ ବିଜ୍ଞାପନ ଦେବା ଘଟଣା ଆଇନ ବିରୋଧୀ । ଆଜି କମ୍ପାନୀ ବିରୋଧରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ଦିଆଯିବ । ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନଥାଇ ମହାପ୍ରଭୁଙ୍କ ନିର୍ମାଲ୍ୟ ପ୍ରସାଦକୁ ଅନଧିକାର ବିକ୍ରି କରୁଥିବା ଆମାଜନ ବିରୋଧରେ ଦୌରାବିଧି ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଦାବି କରିବ ବୋଲି ଖବର ମିଳିଛି ।