ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୧୦/୨୦୨୦ : ଉଠିଛି ଲକଡାଉନରୁ କଟକଣା । ଏବେ ଦେଶରେ ପାର୍ବଣ ଋତୁ ଚାଲିଛି । ଅନଲାଇନ୍ ସେଲରେ ସ୍ମାର୍ଟଫୋନର ନୂଆ ରେକର୍ଡ ଦେଖିବାକୁ ମିଳିଛି । ଚଳିତବର୍ଷ ଭାରତରରେ ତୃତୀୟ ତ୍ରୟ ମାସିକରେ ସ୍ମାର୍ଟଫୋନ୍ ବିକ୍ରି ୫ ପ୍ରତିଶତ ବୃଦ୍ଧି ପାଇଛି । ସମୁଦାୟ ୫ କୋଟି ୟୁନିଟ ମାର୍କେଟରେ ଉପଲବ୍ଧ କରାଯାଇଛି । ମାର୍କେଟ ଟ୍ରାକର ଫାର୍ମ କାନାଲିସର ସଦ୍ୟ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
କାନଲିସର ବିଶ୍ଲେଷକ କହିଛନ୍ତି ସ୍ମାର୍ଟଫୋନ ବ୍ରାଣ୍ଡ ନିଶ୍ଚିତ ଭାବେ ଦ୍ରୁତ ଭାବେ ଆଗକୁ ବଢ଼ୁଛନ୍ତି । ସରକାର ତିନି ମାସର ଲକଡାଉନ ପରେ ଧୀରେ ଧୀରେ କଟକଣା କୋହଳ କରୁଛନ୍ତି । ଏହାର ଭିତରେ ପାଖାପାଖି ସବୁ କମ୍ପାନିର ବିକ୍ରି ବଢ଼ିଛି । ତେବେ ଅନଲାଇନରେ ବିକ୍ରିରେ ଏସବୁର ବୃଦ୍ଧି ହୋଇଛି । ଆାମଜନ ଓ ଫ୍ଲିପକାର୍ଟରୁ ସ୍ପଷ୍ଟ ବାରି ହେଉଛି ଯେ ଅର୍ଥବ୍ୟବସ୍ଥା ହ୍ରାସ ପାଇ ଥିବା ବେଳେ ଭାରତରେ ଗୋଟିଏ ଭଲ ସ୍ମାର୍ଟଫୋନର ମୂଲ୍ୟ ପୂର୍ବ ପରି ରହିଛି । ସେହିପରି ଆପଲ ୮ ଲକ୍ଷ ୟୁନିଟ୍ ବିକ୍ରି କରିଛି ।