ଚାଇନା ବିବାଦ: ବିଜେପିକୁ ସମର୍ଥନ, କଂଗ୍ରେସକୁ ଟାର୍ଗେଟ କଲେ ମାୟାବତୀ


ନୂଆଦିଲ୍ଲୀ: ଚାଇନା ବିବାଦ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛନ୍ତି ବିଏସ୍ପି ସୁପ୍ରିମୋ ମାୟାବତୀ। ସେହିପରି ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଚାଇନା ବିବାଦକୁ ନେଇ ବିଜେପି ଓ କଂଗ୍ରେସ ଯେଉଁଭଳି ରାଜନୀତି କରୁଛନ୍ତି, ତା’କୁ ବି ମାୟାବତୀ ତୀବ୍ର ବିରୋଧ କରିଛନ୍ତି।
ମାୟାବତୀ କହିଛନ୍ତି, “ଭାରତ-ଚାଇନା ସୀମା ବିବାଦ ପ୍ରସଙ୍ଗରେ ବହୁଜନ ସାମଜ ପାର୍ଟି ସର୍ବଦା ବିଜେପି ସହ ରହିଛି। ଚାଇନା ବିବାଦ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଯେଉଁଭଳି ପରସ୍ପରକୁ ଦୋଷାରୋପ କରୁଛନ୍ତି, ତାହା ଆଦୌ ଜାତୀୟ ସ୍ୱାର୍ଥ ପାଇଁ ଗୁରୁତ୍ୱ ନୁହେଁ। ଏହା ନିଶ୍ଚିତ ଏକ ଚିନ୍ତାର ବିଷୟ। ଚାଇନା ଏଭଳି ସ୍ଥିତର ଫାଇଦା ନେଇପାରେ।
କଂଗ୍ରେସ ପଛୁଆ ବର୍ଗ ଓ ଆଦିବାସୀଙ୍କୁ ଅବହେଳା କରିବାରୁ ଆମ ଦଳ ଗଠନ କରିଥିଲୁ। କଂଗ୍ରେସ ଯଦି କ୍ଷମତାରେ ଥିବା ବେଳେ ଲୋକଙ୍କୁ ଚାକିରି ଦେଇଥଆନ୍ତା, ତା’ହେଲେ ଆଜି କୋଟିକୋଟି ଲୋକ ଚାକିରି ପାଇଁ ଅଲଗା ରାଜ୍ୟକୁ ଯାଇ ନଥାଆନ୍ତେ। ତେଣୁ ବିଜେପି ଏବେ କଂଗ୍ରେସ କରିଥିବା ଭୁଲକୁ ନ ଦୋହରାଇବା ଦରକାର।
ବିଜେପି ଭାରତକୁ ଆତ୍ମନିର୍ଭର କରିବା ପାଇଁ କଠିନ ପରିଶ୍ରମ କରିବା ଦରକାର। କେବଳ ନିଜର ପ୍ରଚାର ପାଇଁ ଆତ୍ମନିର୍ଭର ଭାରତର ନାରା ବିଜେପି ନ ଦେଉ।”
The post ଚାଇନା ବିବାଦ: ବିଜେପିକୁ ସମର୍ଥନ, କଂଗ୍ରେସକୁ ଟାର୍ଗେଟ କଲେ ମାୟାବତୀ appeared first on satyasikha.
[ad_2]