ଦେଶ

‘ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ନୂଆଦିଲ୍ଲୀ/ଭୁବନେଶ୍ୱର(ସତ୍ୟଶିଖା): କୋଭିଡ‌୍‍ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ପ୍ରାକୃତିକ ଗ୍ୟାସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ବୁଧବାର ଆନ୍ତର୍ଜାତିକ ଉର୍ଜା ଏଜେନ୍ସି (ଆଇଇଏ) ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ୱେବିନାରରେ ସାମିଲ ହୋଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବଢୁଥିବା ଉର୍ଜା ଚାହିଦା ପରିପ୍ରେକ୍ଷୀରେ ଦେଶରେ ନିର୍ଗତ ଅଙ୍ଗାରକାମ୍ଳକୁ ହ୍ରାସ କରିବା ପାଇଁ ପ୍ରାକୃତିକ ଗ୍ୟାସ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଏଲଏନଜି ଟର୍ମିନାଲ ନିର୍ମାଣ କରାଯାଇ ସୁଲଭ ଦରରେ ଗ୍ୟାସ ଯୋଗାଯାଉଛି। ପୂର୍ବ ଭାରତ ଏବଂ ଉତ୍ତର ଭାରତରେ ଗ୍ୟାସ ଗ୍ରୀଡ ପାଇପ ଲାଇନର କାମ ସଂପ୍ରସାରଣ କରାଯାଉଛି। ଗୋଟିଏ ଦେଶ ଏବଂ ଗୋଟିଏ ଗ୍ରୀଡ ବ୍ୟବସ୍ଥାରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

ଆହୁରି ପଢ଼ନ୍ତୁ

ଦେଶରେ ପ୍ରଥମ ଅନଲାଇନ୍‌ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରାଯାଇଛି। ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦୁତିକ ଟ୍ରେଡିଂ ପ୍ଲାଟଫର୍ମର ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ। ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏହି ପ୍ଲାଟଫର୍ମ ସହାୟକ ହେବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ ପଦକ୍ଷେପ। ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଆନ୍ତର୍ଜାତିକ ଉର୍ଜା ଏଜେନ୍ସି ବା ଆଇଏର କାର୍ଯ୍ୟନିର୍ବାହୀ ନିଦ୍ଦେର୍ଶକ ଫତି ବିରୋଲ‌୍‍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାକୃତିକ ଗ୍ୟାସ ଏକ୍ସଚେଞ୍ଜ ସମେତ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହ କରୋନା ମହାମାରୀ ସମୟରେ ଭାରତରେ ଗରିବଙ୍କୁ ମାଗଣାରେ ଗ୍ୟାସ ଯୋଗାଇବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button