

ସତ୍ୟଶିଖା(କେନ୍ଦୁଝର ) ୨୯.୧୨.୨୦୨୧: କେନ୍ଦୁଝର ହଦଗଡ ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପିତାନାଉ ଗାଁର କିଛି ବ୍ୟକ୍ତି କାଠକଟା ସାପ୍ତାହିକ ହାଟକୁ ସଉଦା ପାଇଁ ଆସିଥିଲେ । ସନ୍ଧ୍ୟାରେ ଫେରିବା ସମୟରେ ବରକୁଣିଆ ଘାଟି ନିକଟରେ ଏକ ଦନ୍ତାହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ଯଦୁମଣି ଦାସଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ସେ ଗୁରୁତର ଅଛନ୍ତି । ଅନ୍ୟ ୨ ଜଣ ଦୁଃଖବନ୍ଧୁ ଖଟୁଆ ଓ ଅକ୍ଷୟ ମଢେଇ ଆହତ ହୋଇଛନ୍ତି । ବନ ବିଭାଗ ପକ୍ଷରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି ।