

ସତ୍ୟଶିଖା( ଭୁବନେଶ୍ୱର )୨୯.୦୬. ୨୦୨୨: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ଥିତି ଉପରେ ଧ୍ୟାନ ରଖିଥିବା କଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଆଲାରାମିଂ ସ୍ଥିତି ନାହିଁ ,କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢୁଛି ତେଣୁ ଏବେ ଠାରୁ ଆମକୁ ସାବଧାନ ରହିବାକୁ ପଡ଼ିବ ବୋଲି କୁହାଯାଇଛି ।
ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଆଗକୁ ରଥଯାତ୍ରା ଆସୁଥିବା ବେଳେ ସଂକ୍ରମଣ ବଢିବାର ମଧ୍ୟ ଆଶଙ୍କା ରହିଛି ତେଣୁ ରଥଯାତ୍ରା ପାଇଁ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଛି ।
ଏପରିକି ରାପିଡ଼୍ ଆଣ୍ଟିଜେନ୍ ଟେଷ୍ଟ ଓ ଟିକାକରଣ ୧୦ ହଜାରକୁ ବୃଦ୍ଧି କରାଯିବ । ଏହାଛଡ଼ା ଦର୍ଶନ କରିବା ପରେ ଭିଡ଼ ନକରି ଜାଗା ଛାଡ଼ିବା କଥା ମଧ୍ୟ କୁହାଯାଇଛି ।