ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟସ୍ପେଶାଲ୍ ରିପୋର୍ଟ

ଗୋଟିଏ କିସ୍ତିରେ ବିଜୟାଦଶମୀ ପୂର୍ବରୁ ମିଳିବ ବୋନସ୍

ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦: ପାର୍ବଣ ଋତୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କର୍ମଚାରୀଙ୍କୁ ଦୀପାବଳି ଭେଟି । ମୋଦୀ ସରକାର ଦୀପାବଳି ପୂର୍ବରୁ ୩୦ ଲକ୍ଷ ଅଣ ଗେଜେଟ୍ ସରକାରୀ କର୍ମଚାରୀଙ୍କୁ ବୋନସ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଏଥିରେ ସରକାରଙ୍କ ଉପରେ ୩,୭୩୭ କୋଟି ଟଙ୍କାର ଅତିରିକ୍ତ ବୋଝଭାର ପଡିବ ।ବିଜୟାଦଶମୀ କିମ୍ବା ଦୁର୍ଗା ପୂଜା ପୂର୍ବରୁ ୩୦ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ୩୭୩୭ କୋଟି ଟଙ୍କାର  ବୋନସ୍ ପ୍ରଦାନ କରିବା ଆରମ୍ଭ କରି ଦେବେ । କର୍ମଚାରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଗୋଟିଏ କିସ୍ତିରେ ହିଁ ବୋନସ୍ ଦେବେ । ମନ୍ତ୍ରୀ କହିଛନ୍ତି କେନ୍ଦ୍ର କର୍ମଚାରୀ, ରେଲଓ୍ଵେ, ଡାକଘର, ପ୍ରତିରକ୍ଷା ଉତ୍ପାଦ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏବଂ କର୍ମଚାରୀ ଓ ରାଜ୍ୟ ବୀମା ନିଗମର କର୍ମଚାରୀଙ୍କୁ ଏହାର ଲାଭ ମିଳିବ ।ଜାଭେଦକର କହିଛନ୍ତି ଜନକଲ୍ୟାଣର ଅନେକ ଆଇନ ଭାରତରେ ଥାଇ ବି ଜାମ୍ମୁ-କାଶ୍ମୀର ଉପରେ ଲାଗୁ ହେଉନଥିଲା । ଆଜି ସେହି ନିର୍ଣ୍ଣୟ ଉପରେ ମୋହର ବାଜିଛି । ଏବେ ଜିଲ୍ଲା ବିକାଶ ପରିଷଦର ସିଧାସଳଖ ନିର୍ବାଚନ ହୋଇ ଜନପ୍ରତିନିଧିଙ୍କ ହାତରେ କ୍ଷମତା ଆସିବ । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଏମିତି ତ୍ରିସ୍ତରୀୟ ବ୍ୟବସ୍ଥା ପଞ୍ଚାୟତ ଆଇନ  ଆଧାରରେ କାଶ୍ମୀରରେ ମଧ୍ୟ ଲାଗୁ ହେବ ।ଉଲ୍ଲେଖନୀୟ ଏହା ପୂର୍ବରୁ କେନ୍ଦ୍ର ସରକାର ନିକଟରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପାର୍ବଣ ଅବସରରେ ୧୦ ହଜାର ଟଙ୍କାର ସୁଧ ମୁକ୍ତ ଅଗ୍ରୀମ ଦେବାକୁ ନିଷ୍ପତ୍ତି ନେଇଥିଲେ । ଉପଭୋକ୍ତାଙ୍କ ଖର୍ଚ୍ଚ ବଢାଇ ଅର୍ଥବ୍ୟବସ୍ଥାରେ ଚାହିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ଉଠାଇଥିଲେ ।

Show More
Back to top button