ଡଙ୍ଗା ବୁଡ଼ି ଜଣେ ମୃତ , ୭ ନିଖୋଜ

ସତ୍ୟଶିଖା( ମାଲକାନଗିରି) ୨୫.୦୫.୨୦୨୧:  ମାଲକାନଗିରି ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା ଘଟିଛି । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋଇଛନ୍ତି। ଜଣେ ମୃତ୍ୟୁବରଣ କରିଛନ୍ତି। ସେଲେରୁ ନଦୀରେ ପାରି ହେଉଥିଲା ବେଳେ ବୁଡ଼ିଯାଇଛି ଡଙ୍ଗା । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି । ଡଙ୍ଗା ବୁଡ଼ିବା ପରେ ପହଁରି କୂଳକୁ ଆସିଛନ୍ତି ୩ ଜଣ ବ୍ୟକ୍ତି। ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ। ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ। ଫଳରେ ଅଧିକ ଲୋକ ପାଇଁ ଅନ୍ୟ ଡଙ୍ଗାଟି ବୁଡ଼ି ଯାଇଥିଲା। ଓଡ୍ରାଫ୍, ଅଗ୍ନିଶମ ଟିମ୍‌ର ରେସକ୍ୟୁ ଅପରେସନ୍ ଜାରି ରହିଛି

Exit mobile version