

ସତ୍ୟଶିଖା(ବାଲେଶ୍ୱର )୧୦.୦୨.୨୦୨୨ : ବାଲେଶ୍ୱରରେ ସୀମା ଟପିଲାଣି ଧଳାଜହର କାରବାର। ପ୍ରତିଦିନ ଏହି ବାଟ ଦେଇ ରାଜ୍ୟ ଭିତରକୁ କୋଟି କୋଟି ଟଙ୍କାର ଧଳାଜହର ଚାଲାଣ କରାଯାଉଛି ଯାହା ଏବେ ରାଜ୍ୟ ଅବାକରୀ ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି ।
ଆଜି ସୋର ଅଞ୍ଚଳରୁ ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ୍ କରିଛି ଅବକାରୀ ବିଭାଗ । ସୂଚନା ଅନୂସାରେ ସୋର ଏନଏଚ୍-୧୬ ପାଖରେ ଧଳାହଜର କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ୍ ଚଢାଉ କରି ଏହି ବିପୁଳ ପରିମାଣର ଧଳାହଚର ଜବତ୍ କରିଛି ।
ପ୍ରାୟ ୧ କେଜି ୧୦୦ ଗ୍ରାର ବ୍ରାଉନସୁଗାର ଜବତ୍ କରାଯାଇଥିବା ସୂଚନା ମିଳିଥିବା ବେଳେ ଏହି ମାମଲାରେ ବାଲେଶ୍ୱରର କୁଖ୍ୟାତ ଡ୍ରଗ୍ସ ପେଡଲର କଲିମ୍ କୁ ଗିରଫ କରିଛି ପୋଲିସ୍ ।